Latest Odisha News

BREAKING NEWS

ମାଆ ହେବେ କାଟ୍ରିନା, ଓଢ଼ଣାରେ ପେଟକୁ ଢାଙ୍କିଲେ, ଭିଡିଓ ଭାଇରାଲ

ମୁମ୍ବାଇ: ପୁଣି ଥରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଗର୍ଭବତୀ ଅଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛିି । ଅଭିନେତା ଭିକି କୌଶଲଙ୍କ ପତ୍ନୀ କ୍ୟାଟ୍ରିନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଅନୁମାନ କରୁଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି । ନିକଟରେ କ୍ୟାଟ୍ରିନା ତାଙ୍କ ଫିଲ୍ମର ପ୍ରମୋସନ୍ ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ । ଏହି ସମୟରେ ସେ ତାଙ୍କ ପେଟକୁ ଓଢ଼ଣାରେ ଢାଙ୍କିଥିବାର ନଜର ଆସିଛନ୍ତି ।

ଏହି କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ୍ ଗୋଲାପି ରଙ୍ଗର ଏକ ପାରମ୍ପରିକ ପୋଷାକ ପିନ୍ଧିଥିଲେ । ଯେଉଁଥିରେ ସେ ଆକର୍ଷଣୀୟ ଦିଶୁଥିଲେ । ସେ ବାରମ୍ବାର ତାଙ୍କ ପେଟକୁ ଚୁନିରେ ଘୋଡ଼ାଇ ଥିବାର ନଜର ଆସିଥିଲେ । ଫଳରେ ପ୍ରଶଂସକମାନେ ଅନୁମାନ କରିବାକୁ ଲାଗିଲେ ଯେ ସେ ହୁଏତ ତାଙ୍କ ‘ବେବି ବମ୍ପ୍‌’କୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ।

କ୍ୟାଟ୍ରିନା ଗର୍ଭବତୀ ଅଛନ୍ତି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଭିକି କୌଶଲ ଏବଂ କାଟ୍ରିନା ଏନେଇ କିଛି ବି କହିନାହାନ୍ତି । ଆଗକୁ ଆସୁଛି କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ । ଯେଉଁଥିରେ ସେ ପୁଣି ଥରେ ଜୋୟା ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ଟ୍ରେଲର ରିଲିଜ୍ ହେବାପରେ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମଟି ଦୀପାବଳିରେ ମୁକ୍ତିଲାଭ କରିବ ।

Comments are closed.