ଭୁବନେଶ୍ୱର:୨୭ ବର୍ଷ ପରେ ମିଳିଲା ନ୍ୟାୟ । ଭୁବନେଶ୍ୱର ଟ୍ରିପଲ ମର୍ଡର ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ଅତିରିକ୍ତି ଜିଲ୍ଲା ଜଜ୍ କୋର୍ଟ ଭୁବନେଶ୍ୱର ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି । ଆଜକୁ ୨୭ ବର୍ଷ ତଳେ ହୋଇଥିବା ଘଟଣାର ସମସ୍ତ ସାକ୍ଷୀ, ପ୍ରମାଣକୁ ଦେଖି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଦଣ୍ଡାଦେଶ ପାଇଥିବା ତିନି ଅଭିଯୁକ୍ତ ହେଲେ ରୁଦ୍ର ନାରାୟଣ, ଜିତୁ ଏବଂ ଚିତ୍ତ । ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲେ ହେଁ କୋର୍ଟ ୩ ଜଣଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତଙ୍କର କିଛି ଦିନ ପୂର୍ବରୁ ମୃତ୍ୟୁ ଘଟିଛି ।
ସୂଚନା୍ଥାଉ କି, ୧୯୯୬ ମସିହା ଜୁଲାଇ ୧୧ ତାରିଖରେ ବରମୁଣ୍ଡା ଅଞ୍ଚଳର ବିଶ୍ୱଜିତ ନାୟକ, ଦିଲ୍ଲୀପ ରାୟ ଏବଂ ସାରଦା ରଥଙ୍କୁ ହତ୍ୟା କରାଯାଇଥିଲା । ପୂର୍ବର ଶତ୍ରୁତାକୁ କେନ୍ଦ୍ର କରି ୪ ଅଭିଯୁକ୍ତ ତିନି ଜଣଙ୍କୁ ହତ୍ୟା କରିଥିଲେ ।
Comments are closed.