ଭୁବନେଶ୍ୱର: ଆଗକୁ ଆସୁଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନିତ ଫିଲ୍ମ ‘ବସ’ । ଏହି ଫିଲ୍ମ ନାରୀ ସଶକ୍ତିକରଣ ଉପରେ ସିନେମା ଆଧାରିତ । ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି ଜଣାଯାଇଛି ।
ଏବେ ଏହାର ସେନ୍ସର କାମ ସରିଛି । ଜଣାଶୁଣା ସିନେ ପ୍ରଯୋଜକ ରମେଶ ବାରିକଙ୍କ ପ୍ରଯୋଜନା ଏବଂ ତ୍ରିପତି ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମ ବସକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ‘ୟୁ’ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏହି ଫିିଲ୍ମ୍ର ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି । ‘ବସ୍’ ର ମୁଖ୍ୟଭୂମିକାରେ ଅଭିନୟ କରିବା ସହ କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ୱ ନିଭାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏଥିରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନାୟକ ଭୂମିକାରେ ନଜର ଆସିବେ ଉଭୟ ଛୋଟ ଓ ବଡ଼ ପରଦାରେ ସକ୍ରିୟ ନାୟକ ରାଜ୍ ରାଜେଶ । ଏହାଛଡ଼ା ହରି ଓ ଅରବିନ୍ଦ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖା ଦେବେ । ‘ବସ୍’ ଫିଲ୍ମର ସଂଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର ।
BREAKING NEWS
- Live-In Relationships: ଲିଭ୍-ଇନ୍ରେ ରହୁଥିବା ମହିଳାଙ୍କୁ ମିଳିବ ପତ୍ନୀର ମାନ୍ୟତା!
- ୪.୫୭ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା
- ଚାଲିଛି କି ବଡ଼ ଯୋଜନା? ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏକାଠି ହେଲେ ଆପ୍-କଂଗ୍ରେସ
- କିସରେ ୬୬ତମ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଉଦ୍ଘାଟିତ
- Bangladesh Army Islamic institute: ପାକିସ୍ତାନ ରାସ୍ତାରେ ବାଂଲାଦେଶ, ସେନାଙ୍କୁ ପଢ଼ାଉଛି କଟ୍ଟରପନ୍ଥୀ ପାଠ!
- ହକି ଇଣ୍ଡିଆ ଲିଗ: ଓଡିଶା ଖେଳାଳିଙ୍କ ବଢ଼ୁଛି ପ୍ରାଧାନ୍ୟ, ୬ରୁ ଏବେ ୧୬
- Trump on India-US trade talks: ଡାଭୋସରେ କହିଦେଲେ ଟ୍ରମ୍ପ୍, ‘ଶୀଘ୍ର ଭାରତ ସହିତ ହେବ ଭଲ ଡ଼ିଲ୍’
- ଗ୍ରୀନଲ୍ୟାଣ୍ଡ ପରେ କାହାକୁ କବଜା କରିବ ଆମେରିକା ? ଭାରତକୁ ହେବ ଫାଇଦା
- ରାଜ୍ୟ ସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି
- ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହେଲେ ରିଙ୍କୁ ସିଂ
Comments are closed.