ନୂଆଦିଲ୍ଲୀ: ମଙ୍ଗଳବାର ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତରେ କୌଣସି ଭୂମି ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ନୁହେଁ ବରଂ ନିଜ ଭୂମିର ସୁରକ୍ଷା ପାଇଁ ଅସ୍ତ୍ର ପୂଜା କରାଯାଏ।
ବିଜୟା ଦଶମୀରେ ଶସ୍ତ୍ର ପୂଜାର ପରମ୍ପରା ରହିଛି। ଭାରତ ମାଟିରେ କୌଣସି ଭୂମି ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ନୁହେଁ ବରଂ ନିଜ ଭୂମିର ସୁରକ୍ଷା ପାଇଁ ଅସ୍ତ୍ର ପୂଜା କରାୟାଏ। ଆମର ଶକ୍ତିପୂଜା କେବଳ ଆମ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ..। ରାଜଧାନୀ ଦିଲ୍ଲୀର ସେକ୍ଟର 10 ସ୍ଥିତ ଡିଡିଏ ପଡ଼ିଆରେ ଥିବା ଦ୍ୱାରକା ଶ୍ରୀରାମ ଲୀଲା ସୋସାଇଟିରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି।
ଚନ୍ଦ୍ରଯାନ-3 ମିଶନର ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚନ୍ଦ୍ର ଅଭିଯାନର ପ୍ରାୟ ଦୁଇ ମାସ ପରେ ଦେଶ ଦଶହରା ପର୍ବ ପାଳନ କରୁଛି। ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ସମ୍ପର୍କରେ ସେ କହିଛନ୍ତି ଯେ, ଦେଶବାସୀ ରାମଙ୍କ ମର୍ଯ୍ୟାଦାକୁ ଜାଣିଛନ୍ତି ଏବଂ ଦେଶର ସୀମାକୁ ରକ୍ଷା କରିବା ମଧ୍ୟ ଜାଣିଛନ୍ତି।
ସେ କହିଛନ୍ତି, ଆଜି ଆମେ ଭାଗ୍ୟବାନ ଯେ ଭଗବାନ ରାମଙ୍କ ସବୁଠାରୁ ଭବ୍ୟ ମନ୍ଦିର ନିର୍ମାଣ ହେବାର ଦୃଶ୍ୟ ଦେଖିପାରୁଛୁ। ଅଯୋଧ୍ୟାରେ ଆଗାମୀ ରାମନବମୀରେ ରାମଲାଲାଙ୍କ ମନ୍ଦିରରେ ଏବେ ପ୍ରତିଧ୍ୱନିତ ହେଉଥିବା ଶବ୍ଦ ସାରା ବିଶ୍ୱ ପାଇଁ ଖୁସି ଆଣିବ। ରାମ ମନ୍ଦିରରେ ଭଗବାନ ରାମଙ୍କୁ ସ୍ଥାପିତ୍ୟ କରିବାକୁ ଆଉ ମାତ୍ର କିଛି ମାସ ବାକି ଅଛି ବୋଲି ସେ ଏହି ଅବସରରେ କହିଛନ୍ତି।
Comments are closed.