Latest Odisha News

BREAKING NEWS

ସକାଳୁ ସକାଳୁ ଲୁଗା ଦୋକାନରେ ଲାଗିଗଲା ନିଆଁ

ନୟାଗଡ: ଲୁଗା ଦୋକାନରେ ଲାଗିଗଲା ନିଆଁ । ହୁତହୁତ ଜଳୁଥିଲା ଲୁଗା ଦୋକାନ । ମୁହୂର୍ତ୍ତକରେ ପୋଡି ପାଉଁଶ ହୋଇଗଲା କୋଟି କୋଟି ଟଙ୍କାର ଲୁଗା । ଏମିତି ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ରୋଡରେ ଥିବା ଏକ ବସ୍ତ୍ରାଳୟରେ । ଗୁରୁବାର ପ୍ରତ୍ୟୁଷରୁ ଘଟିଛି ଏପରି ଘଟଣା ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କାରବାର ସରିବା ପରେ ଦୋକାନର ମାଲିକ ସଟର ପକାଇ ଘରକୁ ଯାଇଥିଲେ । ହେଲେ ରାତି ପ୍ରାୟ ୩ଟାରେ ଦୋକାନର ପ୍ରଥମ ମହଲାରୁ  ଧୂଆଁ ବାହାରୁଥିବା ସ୍ଥାନୀୟ କିଛି ଲୋକ ଦେଖିଥିଲେ । ସେମାନେ ଏ ନେଇ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ ।

ଦୋକାନ ମାଲିକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ୪ଟି ଟିମ ୪ ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିପାରିଥିଲେ । ଧୂଆଁ ଯୋଗୁ ନିଆଁକୁ ଆୟତ୍ତ କରିବା କଷ୍ଟକରଥିଲା । ତେବେ ଦୋକାନରେ କିପରି ନିଆଁ ଲାଗିଲା ତାହା ଜଣାପଡି ନାହିଁ । ସର୍ଟ ସର୍କିଟରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାକୁ ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଅଗ୍ନିଶମ ବାହିନୀ ଅଧିକାରୀ ।

Comments are closed.