କଟକ: ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବେ ବେଳେ ନାବାଳିକାର ମୃତଦେହ ଭାସୁଥିବା ଦେଖିଥିଲେ। ମୃତ ନାବାଳିକାଙ୍କ ପରିଚୟ ମିଳିନାହିଁ।
ସୂଚନା ଅନୁସାରେ, ଆଜି ମହାନଦୀରେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବା ବେଳେ ଜଣେ ନାବାଳିକାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ମତ୍ସ୍ୟଜୀବୀମାନେ ପୋଲିସକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଅନ୍ୟପଟେ ଅଗ୍ନିଶମ ବାହିନୀ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ତେବେ ଏହି ନାବାଳିକାଙ୍କୁ କେହି ମାରି ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି। କିଏ ନାବାଳକକୁ ମାରି ଫିଙ୍ଗି ଦେଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।
Comments are closed.