Latest Odisha News

BREAKING NEWS

ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ଋଦ୍ଧିମନ୍ତ କରିବା ନିମନ୍ତେ ଐତିହାସିକ କ୍ୟାବିନେଟ୍ ଗଠନ

ଭୁବନେଶ୍ୱର: ପୁରୀଠାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ଙ୍କ ଐତିହାସିକ ନିଷ୍ପତ୍ତିର ଫଳଶ୍ରୁତି ସ୍ୱରୂପ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ନୂତନ ବିଭାଗ ଭାବରେ ଗଠିତ ହୋଇଛି ।

ଏହି କ୍ୟାବିନେଟ୍‌ଙ୍କ ଅନ୍ୟ ଏକ ଅଭିନବ ନିଷ୍ପତ୍ତି ହେଉଛି ଐତିହ୍ୟ କ୍ୟାବିନେଟ୍ ଗଠନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଐତିହ୍ୟ କ୍ୟାବିନେଟ୍‌ଙ୍କ ପ୍ରଥମ ବୈଠକରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ଋଦ୍ଧିମନ୍ତ କରିବା ନିମନ୍ତେ ଏହି ବିଭାଗ ତରଫରୁ ନିମ୍ନପ୍ରଦତ୍ତ ପ୍ରସ୍ତାବମାନ ସ୍ଥିର କରାଗଲା ।

୧. ଓଡିଆ କଳା, ସଂସ୍କୃତି ଓ ଶାସ୍ତ୍ରୀୟ ଓଡିଆ ଭାଷାର ରକ୍ଷଣାବେକ୍ଷଣ ତଥା ପ୍ରଚାର ପ୍ରସାର ନିମନ୍ତେ ଏକ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନର ଆବଶ୍ୟକତା ଉପଲବ୍‌ଧି କରାଯାଇ “ଓଡିଆ ସଂସ୍କୃତି ଓ ଐତିହ୍ୟ ନୀତି” ପ୍ରଣୟନ ପାଇଁ ନିଷ୍ପତ୍ତି ନିଆଗଲା ।

୨.ରାଜ୍ୟରେ ଥିବା ସମସ୍ତ ପାଠାଗାରମାନଙ୍କର ସୁପରିଚାଳନା ପାଇଁ ଏକ ପୃଥକ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶକ ପଦବୀ ସୃଷ୍ଟିପାଇଁ ନିଷ୍ପତ୍ତି ନିଆହେଲା ।

୩. ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ସୁପରିଚାଳନା ନିମନ୍ତେ ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଟ୍ରଷ୍ଟ / ନ୍ୟାସ ଗଠନ ପାଇଁ ନିଷ୍ପତ୍ତି ନିଆଗଲା । ଏଥିପାଇଁ ଏକ କର୍ପସପାଣ୍ଠି ମଧ୍ୟ ଗଠନ କରାଯିବ।

୪. ଓଡିଆ ବିଶ୍ବବିଦ୍ୟାଳୟ ପୁରୀ ଜିଲ୍ଲାର ସତ୍ୟବାଦୀରେ ସ୍ଥାପନ ନିମନ୍ତେ ନୀତିଗତ ନିଷ୍ପତ୍ତି ନିଆଗଲା ।

Leave A Reply

Your email address will not be published.