ଭୁବନେଶ୍ୱର: ରାଜଭଜନରେ ପହଞ୍ଚିଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି କାଲି ନେବ ଶପଥ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ କଡ଼ା ସୁରକ୍ଷା ଭିତରେ ରାଜଭବନରେ ପହଂଚିବା ପରେ ସ୍ୱାଗତ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ସ୍ୱାଗତ ସମାରୋହରେବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିଶନର ସୁନୀଲ ବଂଶଲ ଉପସ୍ଥିତ ଥିଲେ । ସମସ୍ତେ ରାଜ୍ୟପାଳଙ୍କୁ ଉତ୍ତରୀୟ ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲ ।
ଶପଥ ନେବା ପୂର୍ବରୁ ସୋମବାର ସକାଳେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ ନୂଆ ରାଜ୍ୟପାଳ ରଘୁବର ଦାସ । ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ରାଜ୍ୟପାଳ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଓଡିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ । ମୁଁ ବହୁତ୍ ଭାଗ୍ୟଶାଳୀ , ମତେ ଓଡିଶାର ଜନତାଙ୍କ ସେବା କରିବାର ସୌଭାଗ୍ୟ ମିଳିଲା ।’
ସେ ଆହୁରି କହିଥିଲେ, ଗରିବ, ‘ଶୋଷିତ ଏବଂ ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ , ସେ ନେଇ ସର୍ବଦା ଚେଷ୍ଠା ରହିବ । ଜଣେ ମହାସେବକ ଭାବେ କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ଯାଏ ପହଞ୍ଚିବାର ଦାୟିତ୍ବ ନେବି ।’
ମହାପ୍ରଭୁଙ୍କ ଦର୍ଶନ କରି ଓଡିଶାବାସୀଙ୍କ ସେବା ପାଇଁ ଶକ୍ତି ଦେବାକୁ ପ୍ରାର୍ଥନା କରିଥିବା କହିଥିଲେ ରାଜ୍ୟପାଳ । ଗରିବ ଲୋକଙ୍କ ପାଇଁ ରାଜଭବନ ଦ୍ବାର ୨୪ ଘଣ୍ଟା ଖୋଲାରହିବ ବୋଲି ମଧ୍ୟ କହିଛନ୍ତି । ।
BREAKING NEWS
- ଆଜାଦ୍ ନଗର ବୋମା ବିସ୍ଫୋରଣ ଘଟଣା: କ୍ୟାପିଟାଲ୍ ହସ୍ପିଟାଲରେ ଏନଆଇଏ ଟିମ୍, ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ କି ବଡ଼ ଗୁମର?
- GenZ ଙ୍କୁ କାଜୋଲଙ୍କ ପରାମର୍ଶ
- PM Modi Plays Football: ପିଏମ୍ ମୋଦୀଙ୍କ ଫୁଟବଲ୍ ଅବତାର, ପିଲାଙ୍କ ସହ ଖେଳି କଲେ ଗୋଲ ପରେ ଗୋଲ…
- ମହାରାଷ୍ଟ୍ର MLC ନିର୍ବାଚନ: କାହିଁକି ନାଁ ଘୋଷଣା କରୁନାହିଁ ବିଜେପି, କ’ଣ ରହିଛି ରଣନୀତି?
- First LNG Shipment: ଆସିଲା ବଡ଼ ଖୁସି ଖବର, ଭାରତ ମୁହାଁ ପ୍ରଥମ LNG ପୂର୍ଣ୍ଣ ଟ୍ୟାଙ୍କର
- ଓଲଟିଲା ଯାତ୍ରୀବାହୀ ବସ୍: ୨୦ ଯାତ୍ରୀ ଆହତ; ଚାଳକଙ୍କ ଅସାବଧାନତା ନା ଆଉ କିଛି କାରଣ?
- ଖରାଦିନେ ଏସି-କୁଲର ଚାଲିବ, ହେଲେ ଇଲେକ୍ଟ୍ରି ବିଲ୍ ଆସିବନି! ଓଡ଼ିଶାରେ କମାଲ୍ କରୁଛି ସରକାରଙ୍କ ଏହି ଯୋଜନା
- କାଳବୈଶାଖୀ ସାଙ୍ଗକୁ ତାତିର ଡବଲ୍ ମାଡ଼: ଆଇଏମଡି ଜାରି କଲା ୟେଲୋ ୱାର୍ଣ୍ଣିଂ
- ମୋଦିଙ୍କ ‘ଝାଲମୁଢ଼ି’ ବନାମ ଦିଦିଙ୍କ ‘ପରିବା’! ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଶେଷ, କିଏ ମାରିବ ବାଜି?
- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନେଉଛି ବାସ୍ତବ ରୂପ: ପାରାଦୀପ ଓ ବଲାଙ୍ଗୀରରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ
Comments are closed.