ଭୁବନେଶ୍ବର: ବସ ଧର୍ମଘଟରୁ ଓହରିଲ ଘରୋଇ ବସ ମାଲିକ ସଙ୍ଘ । ନଭେମ୍ବର ୧ରେ ରାଜ୍ୟର ୧୦ଟି ଜିଲ୍ଲାରେ ହେବକୁ ଥିବା ଘରୋଇ ବସ୍ ଧର୍ମଘଟକୁ ପ୍ରତ୍ୟାହୃତ କରିଛି ସଂଘ । ଆଜି ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଛନ୍ତି ଘରୋଇ ବସ୍ ମାଲିକ ସଂଘ । ୮ ତାରିଖରେ ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସଂଘ ସଂପାଦକ ଦେବେନ୍ଦ୍ର ସାହୁ ।
ତେବେ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାରେ ବ୍ଲକରୁ ଜିଲ୍ଲାକୁ ବସ ଚଳାଚଳକୁ ବିରୋଧ କରି ଧର୍ମଘଟ ହେବ ବୋଲି କହିଥିଲା ଘରୋଇ ବସ ମାଲିକ ସଙ୍ଘ । ଖାଲି ସେତିତି ନୁହେଁ ନଭେମ୍ବର ୧ ତାରିଖରେ ଭବାନୀପାଟଣାରେ ଆରମ୍ଭ ହେବାକୁ ଥିବା ‘ଲକ୍ଷ୍ମୀ’ ଯୋଜନା ଉପରେ ମଧ୍ୟ ଆପତ୍ତି ଉଠାଥିଲା ସଂଘ ।
ତେବେ ଦଶହରା ସମୟରେ ଘରୋଇ ବସ୍ ମାଲିକ ସଙ୍ଘ ଏହି ଧର୍ମଘଟ ଡାକରା ଦେଇଥିଲା ଫଳରେ ଯାତ୍ରୀ ସେବାରେ ସମସ୍ୟା ଉପୁଜିଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଧର୍ମଘଟ ଯୋଗୁଁ ସମସ୍ୟା ହୋଇଥିବାରୁ ଯାତ୍ରୀଙ୍କୁ କ୍ଷମା ମାଗିଥିଲା ଘରୋଇ ବସ୍ ମାଲିକ ସଙ୍ଘ ।
Comments are closed.