ସ୍ୱିଡେନ୍:ଆଜିକାଲି ସୋସିଆଲ ମିଡ଼ିଆରେ ଆମେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍ ଦେଖିବାକୁ ପାଉଛେ । ଯାହାକୁ ଦେଖିଲେ ଛାତି ଥରି ଉଠେ । ଏବେ ସେମିତି ଏକ ଷ୍ଟଣ୍ଟ୍ର ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଜଣେ ଯୁବକ ବାଇକ୍ରେ ହାତ ଛାଡ଼ି ଦୀର୍ଘତମ ହ୍ୱିଲି କରି ବିଶ୍ୱ ରେକର୍ଡ଼ କରି ଚର୍ଚ୍ଚାକୁ ଆସିଛନ୍ତି ।
ସାଇକେଲ ହେଉ ବା ବାଇକ୍କୁ ଚଲାଇବା ବେଳେ ଆଗ ଚକା ଟେକି କେବଳ ପଛ ଚକାରେ କିଛି ବାଟ ଅତିକ୍ରମ କରିବାକୁୁ ‘ହ୍ୱିଲି’ କୁହାଯାଏ । ଅଧିକାଂଶ ବାଇକ୍ ଆରୋହୀ ଅଳ୍ପ କିଛି ବାଟ ହ୍ୱିଲି କରିବାରେ ସକ୍ଷମ ହୋଇଥା’ନ୍ତି । ତେବେ ସ୍ୱିଡେନ୍ର ଜଣେ ବାଇକ୍ ଚାଳକ ହ୍ୱିଲି ପ୍ରଦର୍ଶନ କରି ରେକର୍ଡ଼ କରିଛନ୍ତିି । ଇଲିଅଟ୍ ଗ୍ରୋଣ୍ଡାହ୍ଲ ନାମକ ଏହି ଯୁବକ ନିଜ ମୋଟରସାଇକେଲର ହ୍ୟାଣ୍ଡେଲ୍ ଛାଡ଼ି ପଛ ଚକାରେ ୯୧୮.୨୪ ମିଟର ବା ୩୦୧୨.୫୯ ଫୁଟ୍ ଯାଏ ଚଳାଇ ଦୀର୍ଘତମ ହ୍ୱିଲି କରିବାର ଗିନିସ ରେକର୍ଡ ସୃଷ୍ଟି କରିଛନ୍ତି । ନିକଟରେ ଗିନିଜ ବିଶ୍ୱ ରେକର୍ଡ ପକ୍ଷରୁ ଇଲିଅଟ୍ଙ୍କର ଏହି ହ୍ୱିଲି କରିବାର ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ସେୟାର କରାଯାଇଛି ।
ଗତ ବର୍ଷ ଡିସେମ୍ବରରେ ତିନି ଜଣ ଭାରତୀୟ ବାଇକ୍ ଆରୋହୀ ଏପରି ଦୁଃସାହସିିକ ବାଇକ୍ ଚାଳନା କରି ରେକର୍ଡମାନ କରିଥିଲେ । କ୍ୟାପଟେନ୍୍ ଅଭିଜିତ୍ ସିଂହ ଗ୍ରିୱାଲ୍ ବାଇକ୍ ଉପରେ ଛିଡ଼ା ହୋଇ ତାହାର ହ୍ୟାଣ୍ଡଲ ନ ଧରି ୧୦୭.୯୨ କି.ମି. ବା ୬୭.୦୬ ମାଇଲ୍ ଅତିକ୍ରମ କରି ଗିନିସ ୱାର୍ଲଡ଼ ରେକର୍ଡ ସୃଷ୍ଟି କରିଥିଲେ । ସେହିପରି ହାବିଲଦାର ହୃଷୀକେଶ ଯାଦବ ଗାଡ଼ିର ପଛ ସିଟ୍ରେ ବସି ୯ଘଣ୍ଟା ୧୭ ମିନିଟ୍ରେ ୩୫୬ କି.ମି. ଅତିକ୍ରମ କରିବାର ରେକର୍ଡ କରିଥିଲେ । ହାବିଲଦାର ମନୀଶ ତାଙ୍କର ବୁଲେଟ୍ ୩୫୦ ସିସି. ବାଇକ୍ରେ ହ୍ୱିଲି କରି ୨.୪ କି.ମି. ଅତିକ୍ରମ କରିବାର ରେକର୍ଡ ମଧ୍ୟ କରିଥିଲେ ।
Comments are closed.