Latest Odisha News

BREAKING NEWS

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ୫୬ତମ କୁମାର ଉତ୍ସବ ଉଦଯାପିତ

ପୁରୀ: ପୁରୀ କୁମାର ଉତ୍ସବ ସମିତି ଆନୁକୁଲ୍ୟରେ ଶରଧାବାଲିରେ ତିନି ଦିନ ଧରି ଚାଲିଥିବା ୫୬ତମ କୁମାର ଉତ୍ସବ ଧୁମଧାମର ସହ ଉଦଯାପିତ ହୋଇଛି। ଉଦଯାପନୀ ସଂନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ କଣ୍ଠଶିଳ୍ପୀ ବିନୋଦ ରାଠୋଡ।

ଖୋଲା ଆକାଶ ତଳେ ଖୋଲା ମଞ୍ଚରେ ବିନୋଦଙ୍କ ଗୋଟିଏ ପରେ ଗୋଟିଏ ହିଟ୍ ଗୀତର ତାଳେତାଳେ ଝୁମି ଉଠିଥିଲେ ଦର୍ଶକ । ଉଦଯାପନୀ ସଂନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚକୁ ଦମଦାର ଏନ୍ଟ୍ରି କରିଥିଲେ ବଲିଉଡ ସିଙ୍ଗର୍ ବିନୋଦ୍ ରାଠୋଡ। ସେ ପହଞ୍ଚିବା କ୍ଷଣି ତାଙ୍କୁ ସମିତି ପକ୍ଷରୁ ଭରପୁର ସ୍ୱାଗତ କରାଯାଇଥିବା ବେଳେ ବୁଲେଟରେ ବସି ମଞ୍ଚ ନିକଟକୁ ଆସି ଦର୍ଶକଙ୍କ ପାଖକୁ ସିଧାସଳଖ ଯାଇ ଅଭିବାଦନ ଜଣାଇଥିଲେ ବିନୋଦ୍ । ଜୟ ଜଗନ୍ନାଥରୁ ନିଜର ଭାଷଣ ଆରମ୍ଭ କରିଥିବା ବେଳେ ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ର ‘ଖଳନାୟକ’ର ‘ନାୟକ ନେହିଁ ଖଳନାୟକ ହୁ ମେ’, ମୁନା ଭାଇ ଏମବିବିଏସ୍, ମୋ ଆଗରେ ଅଛି ଜଗା, ବାଳୁଙ୍ଗା ଟୋକା, ଛୁପାନା ଭି ନେହିଁ ଆତା, କୋଇନା କୋଇ ଚାହିୟେ ପ୍ୟାର କରନେ ଓ୍ବାଲା, ଆଦି ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ ବିନୋଦ୍ ରାଠୋଡ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଜେପି ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର, ସ୍ୱର୍ଗତଃ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ଅନ୍ୟପଟେ ୫୬ ତମ କୁମାର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେପଟେ ବଲିଉଡ କଣ୍ଠଶିଳ୍ପୀ ବିନୋଦ୍ ରାଠୋଡଙ୍କ ସହ ଡୁଏଟ୍ ଗାଇ ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ୍ ଯୋଗାଇଥିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଅନ୍ୟପଟେ ବଲିଉଡ ସିଙ୍ଗର୍ ଶନି ଓ ଚାନ୍ଦିନି ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ କରିବା ପରେ ଶେଷରେ ଚାନ୍ଦିନି ରାଠୋଡ୍ ଯୋଡି ଉପସ୍ଥିତ ଥିବା ଯୁବପିଢ଼ିଙ୍କୁ ମଞ୍ଚ ଉପରେ ନଚାଇଥିଲେ ।

Comments are closed.