Latest Odisha News

ଅବସର ଘୋଷଣା କଲେ ଇଂଲଣ୍ଡ ପେସର ଡେଭିଡ ୱିଲୀ

ଲଣ୍ଡନ: ଇଂଲଣ୍ଡ ପେସ ବୋଲର ଡେଭିଡ ୱିଲୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପ ୨୦୨୩ରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଏହି ନିଷ୍ପତି ନେଇଛନ୍ତି । ମୁଁ କେବେ ବି ଅବସର କଥା ଚିନ୍ତା କରି ନ ଥିଲି । ଇଂଲଣ୍ଡ ପକ୍ଷରୁ ଖେଳିବା ସର୍ବଦା ମୋ ପାଇଁ ସ୍ୱପ୍ନ ଥିଲା ବୋଲି ସେ କହିଛନ୍ତି । ସେ ଅବସର ନେବା କଥା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ମୋର ଏହି ନିଷ୍ପତି ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି । ୱିଲୀ ବିଶ୍ୱକପରେ ୩ଟି ମ୍ୟାଚ ଖେଳି ୫ଟି ୱିକେଟ ହାସଲ କରିବା ସହ ୪୨ ରନ କରିଛନ୍ତି । ସୂଚନାଯୋଗ୍ୟ, ଇଂଲଣ୍ଡ ଚଳିତ ବିଶ୍ୱକପରେ ସେମିଫାଇନାଲ ଦୌଡରୁ ବାଦ ପଡି ସାରିଛି ।

୩୩ ବର୍ଷୀୟ ଏହି ପେସର ୨୦୧୫ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ୭୦ ଦିନିକିଆରେ ୯୪ ୱିକେଟ, ୪୩ ଟି୨୦ରେ ୫୧ ୱିକେଟ ହାସଲ କରିଛନ୍ତି । ୱିଲୀ ବ୍ୟାଟିଂରେ ମଧ୍ୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି । ୨୦୨୨ ଟି୨୦ ବିଜେତା ଦଳ ଏବଂ ୨୦୧୬ ରନର୍ସଅପ ଟିମର ସେ ସଦସ୍ୟ ଥିଲେ । ବିଶ୍ୱକପରେ ଇଂଲଣ୍ଡର ପ୍ରଦର୍ଶନ ନେଇ ସେ ବ୍ୟଥିତ ହୋଇ ପଡିଥିଲେ ।

Leave A Reply

Your email address will not be published.