Latest Odisha News

ପରିବେଶରେ ‘ସବୁଜ ବଳୟ’ ସୃଷ୍ଟି ଲାଗି ‘ଆଦାନୀ ଧାମରା ପୋର୍ଟ’ର ସଫଳ ପ୍ରୟାସ…

ଧାମରା:  ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ଲକ୍ଷ୍ୟ ନେଇ ଗତ ଏକ ଦଶନ୍ଧି ଧରି ଆଦାନୀ ଧାମରା ପୋର୍ଟ ପକ୍ଷରୁ ଏହାର ରେଳଧାରଣାର ଉଭୟ ପାଶ୍ୱ, ବିଦ୍ୟାଳୟ ଏବଂ ପଞ୍ଚାୟତଗୁଡ଼ିକରେ ସବୁଜ ବଳୟ ସୃଷ୍ଟି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଆସୁଅଛି ।

ଆଦାନୀ ଗ୍ରୂପର ଏକ ଶାଖା ଭାବେ ଆଦାନୀ ଫାଉଣ୍ଡେସନର ସିଏସ୍ଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଧାମରା ଅଞ୍ଚଳକୁ ଅଧିକରୁ ଅଧିକ ସବୁଜ ପରିସର ମଧ୍ୟକୁ ଆଣିବା ନିମିତ୍ତ ଏହି ଉଦ୍ୟମକୁ ଜାରି ରଖାଯାଇଛି । ଏହି ପ୍ରୟାସକୁ ଅଧିକ ଦୃଢ କରିବା ନିମନ୍ତେ ଏଯାବତ୍ ପ୍ରାୟ ୧୦ ଲକ୍ଷ ସ୍ୱଦେଶୀ ଚାରା ତଥା ବୃକ୍ଷ ଧାମରା ପୋର୍ଟ ଅଞ୍ଚଳରେ\nରୋପଣ କରାଯାଇଛି ।

ପ୍ରସ୍ତାବିତ ପୋର୍ଟ ପ୍ରକଳ୍ପକୁ କାର୍ବନ ନ୍ୟୁଟ୍ରାଲ କରିବା ଲକ୍ଷ୍ୟ ନେଇ ସ୍ଥାନୀୟ ସମୁଦାୟଙ୍କ ସହଭାଗିତାରେ ଏହି ପଦକ୍ଷେପ ନିଆଯାଇଛି । ନିକଟରେ ଏକ ୧୦ ଫୁଟର ବରଗଛକୁ ପୋର୍ଟ ପରିସରରେ ସଫଳତାପୂର୍ବକ ରୋପଣ କରିବା ଧାମରା ପୋର୍ଟରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟକୁ ଦ୍ୱିଗୁଣିତ କରିଛି । ଏହି ପ୍ରକାର ପ୍ରୟାସ ଦ୍ୱାରା ବଡ଼ ବଡ଼ ବୃକ୍ଷମାନଙ୍କର ଅସ୍ତିତ୍ୱ ବଜାୟ ରହିପାରିବ ଯାହା କି ପୋର୍ଟର ସୁରକ୍ଷା ତଥା ଏହାର ସବୁଜିମାକୁ ଅଧିକ ପରିପୃଷ୍ଠ କରିବାରେ ବେଶ୍ ସହାୟକ ହୋଇପାରିବ । ବନ୍ଦର ଅଞ୍ଚଳରେ କାର୍ବନ କଣିକାକୁ ହ୍ରାସ କରିବା ଦିଗରେ ଆଦାନୀ ଧାମରା ପୋର୍ଟ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

Comments are closed.