Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦଂକୁ କରିବା ସ୍ବାଗତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଯାହା ଥିଲା, ତାହାକୁ ସ୍ମରି
କାହାଗେ କରିବା ଗୁହାରି
ଯେତେ ମଣିଷ ସେତେ ତୁଂଡ
ବହୁ ଶବ୍ଦ ହୁଅଂତି ରୁଂଡ

ଏହା ଚାଲିଛି ନିରବଧି
ପ୍ରକ୍ରିୟା ପାରିବାନି ରୋଧି
ଅଗ୍ର-ଚିଂତକ ସଂଖ୍ୟା ଅଳ୍ପ
ହେଲେ ହିଁ ଚଳେ ଗାଲୁ ଗଳ୍ପ

କଲେ ଅଧିକ ମଜା, ଥଟ୍ଟା
ଭାଷାଟେ ହୁଏ ହଟହଟା
ଅତୀତ ଆସେନି ବାହୁଡ଼ି
ଅଧୁନା ଯାଏ ପଥ ହୁଡ଼ି

ଶିଶୁଂକୁ ମୌଳିକ ସଂସ୍କାର
ସହିତ ଭାଷା ବ୍ୟବହାର
ଶିଖାଇଦେଲେ ବାପା, ମାଆଁ
କେହି ବି ହେବେନି ଛାନିଆଁ

ସଚେଷ୍ଟ ହୋଇ ବ୍ୟବହାର
କରିଲେ ସ୍ବଭାଷା ଆମର
ମନ ଭିତରେ ଯିବ ପଶି
ପାରିବନାହିଁ କେବେ ଖସି

ନାମବାଚକ ଶବ୍ଦାବଳି
ଆସଂତି ଓ ଯାଆଂତି ଚାଲି
ସେ ସବୁ ଶବ୍ଦ ପର୍ଯଟକ
ନୁହଂତି ଭାଷା-ବିନାଶକ

କରି ଲ, ଲା, ଲି, ଲୁ ଆଉ ଲେ
ଭାଷାରେ ସ୍ଥାୟୀ ହୋଇ ଚଳେ
କରି ବ, ବା, ବି, ବୁ ଆଉ ବେ
ଭାଷାରୁ କେବେ ବି ନ ଲିଭେ

ଉପସର୍ଗ, ପ୍ରତ୍ୟୟ ଆଦି
ସତେ ଅଟଂତି ଭାଷା-ନିଧି
ମୁଁ, ତୁ, ସେ ବଦଳରେ କେହି
ଆଇ, ୟୁ, ହି/ସି କହେନାହିଁ

ବାହାରୁ ବହୁ ଶବ୍ଦ ଆସି
ଆମ ଭାଷାରେ ଗଲେ ମିଶି
ହେବାନି ଆଦୌ ବିଚଳିତ
ଶବ୍ଦଂକୁ କରିବା ସ୍ବାଗତ

Comments are closed.