Latest Odisha News

BREAKING NEWS

ବାଘ ଆତଙ୍କରେ ଅନ୍ତ : ଧରାପଡିଲା ମଣିଷଖିଆ ବାଘ, ଗତ ୫ ଦିନ ହେବ ଖେଳାଉଥିଲା ଆତଙ୍କ

ନୂଆପଡା : ବାଘ ଆତଙ୍କରେ ଅନ୍ତ  । ଧରାପଡିଲା ମଣିଷଖିଆ ବାଘ  । ନୂଆପଡା ରେଞ୍ଜ ଅଫିସକୁ ଆସିଲା କଲରାପତରିଆ ବାଘ । ଗତକାଲି ରାତିରେ ବନ ବିଭାଗ ଯନ୍ତା ବସା ବହୁ ଚେଷ୍ଠା କରିବା ପରେ ବାଘକୁ ଧରିବାରେ ସଫଳ ହୋଇଛି । ଗତ କିଛି ଦିନ ହେବ ନୂଆପଡା ଅଞ୍ଚଳରେ ଆତଙ୍କ ମଚାଇଥିଲା । ଲୋକେ ଭୟଭୀତ ହୋଇପଡିଥିଲେ । ଦୁଇ ଜଣଙ୍କୁ ଶିକାର କରିବା ସହ ଜଣଙ୍କୁ ଆହତ କରିଥିଲା ।

କିଛି ଦିନ ତଳେ ଘରେ ବାହାରେ ଏକ ଶିଶୁ ଖେଳୁଥିବାବେଳେ ମାରି ଖାଇଥିବାର ଅଭିଯୋଗ ଆସିଥିଲା । ଗତକାଲି ମଧ୍ୟ ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ସିଲିଆରିବାହାରା ଗାଁର ଜଣେ ମହିଳାଙ୍କୁ ବାଘ ଟାଣି ନେଇ ମାରିଦେଇଥିଲା ।  ଖବର ପାଇ ନୂଆପଡା ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ତଦନ୍ତ କରୁଥିଲେ  । କିଛି ଦିନ ହେବ ବାଘଟିକୁ ଧରିବାକୁ ବନ ବିଭାଗ ବି ନାକେଦମ୍ ହୋଇଥିଲା । ଗତକାଲି ବନ ବିଭାଗ ପକ୍ଷରୁ ଏକ ଯନ୍ତା ବସାଯାଇଥିଲା  । ଯେଉଁଥିରେ ଧରାପଡିଛି ମଣିଷଖିଆ କଲରାପତରିଆ ବାଘ  ।

Leave A Reply

Your email address will not be published.