Latest Odisha News

ଭୂକମ୍ପ ପରେ ଭୂକମ୍ପ : ଆଜି ବି ଥରିଲା ନେପାଳ ମାଟି , ରିକ୍ଟର ସ୍କେଲରେ ତୀବ୍ରତା ୩.୬ ରେକର୍ଡ

ନୂଆଦିଲ୍ଲୀ : ପୁଣି ଥରିଲା ନେପାଳ ମାଟି  । ଗୋଟେ ପରେ ଗୋଟେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ନେପାଳ । ଆଜି ପୁଣି ଭୂକମ୍ପ ଝଟକା ଲାଗିଛି  । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୩.୬ ରହିଛି  । କାଠମାଣ୍ଡୁର ଉତ୍ତର ପଶ୍ଚିମ ଦିଗରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏ ପର୍ଯ୍ୟନ୍ତ ମୃତାହତର କୌଣସି ଖବର ଆସିନି । ଗତକାଲି ମଧ୍ୟ ନେପାଳରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ଯେଉଁଥିରେ ୧୫୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ପୁରା ଧ୍ବଂସ ସ୍ତୁପରେ ପରିଣତ ହୋଇଛି ସହର  । ଯୁଆଡେ ନଜର ପଡୁଛି ସେଠି କେବଳ ଧ୍ୱଂସର ଚିତ୍ର । କେଉଁଠି ବଡ ବଡ ଅଟାଳିକା ଭାଙ୍ଗିପଡିଛି ତ ଆଉ କେଉଁଠି ଶହ ଶହ ମୃତଦେହ ପଡିରହିଛି   ।

ଗତକାଲି  ଉତ୍ତର ନେପାଳରେ ଘଟିଥିଲା ହୃଦୟ ବିଦାରକ ଘଟଣା  । ଯାହାର ତୀବ୍ରତା ଥିଲା ୬.୪  । ଅଧିକ ପ୍ରଭାବିତ ହୋଇଛି ନେପାଳରେ ରୁକୁମ ପଶ୍ଚିମ ଓ ଜାଜରକୋଟ ଜିଲ୍ଲା  । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ଘଟଣାସ୍ଥଳରେ ନେପାଳ ପ୍ରଧାନମନ୍ତ୍ରୀ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି  । ଏହାଛଡା ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି  ।

Comments are closed.