Latest Odisha News

BREAKING NEWS

ଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତ ବିଜୟରାମ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାୟତ ବିଜୟରାମ ପଣ୍ଡାଙ୍କର ୮୪ବର୍ଷ ବୟସରେ ଆଜି ସକାଳେ ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ହୃଦଘାତ ଜନିତ ସମସ୍ୟାରେ ଚିକିତ୍ସାଧିନ ଥିଲେ। ତାଙ୍କ ପରଲୋକ ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପୁରୁଣା ଭୁବନେଶ୍ୱର ରଥଦାଣ୍ଡସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସ୍ୱର୍ଗତଃ ପଣ୍ଡାଙ୍କର ପତ୍ନୀ, ୩ ପୁଅ ଓ ପରିବାର ସଦସ୍ୟ ଦୁଃଖରେ ମର୍ମାହତ ହୋଇପଡିଛନ୍ତି।

ବିଜୟରାମ ପଣ୍ଡାଙ୍କର ଦେହାନ୍ତ ଖବର ପାଇଲା ପରେ  ‘୫-ଟି ଓ ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ସ୍ୱର୍ଗତଃ ପଣ୍ଡାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଆଦିତ୍ୟ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, କର୍ପୋରେଟର ଶିବ ବେହେରା, ବିଜେପି ନେତା ଅମୀୟ ଦାସ, କଂଗ୍ରେସର ରଶ୍ମୀ ମହାପାତ୍ର ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସେହିପରି ସ୍ଥାନୀୟ ଗରାବଡୁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି। ଜ୍ୟେଷ୍ଠ ପୁତ୍ର ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ ସୁକାନ୍ତ ପଣ୍ଡା ମୁଖାଗ୍ନି ଦେଇଥିଲେ।

Comments are closed.