Latest Odisha News

BREAKING NEWS

‘KING’ Song in King Khan’s Birthday: ‘ତୁ ମିଲ୍ ଯାଏ’ରେ ଶାହାରୁଖ-ଦୀପିକାଙ୍କ ରୋମାନ୍ସ

ବ୍ୟୁରୋ: ବଲିଉଡର ରୋମାନ୍ସ କିଙ୍ଗଙ୍କୁ ଜନ୍ମଦିନରେ ଲଭ୍ ସଙ୍ଗ ଗିଫ୍ଟ । ରିଲିଜ୍ ହୋଇଛି ବାଦଶାହ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘କିଙ୍ଗ୍‌’ର ରୋମାଂଟିକ ଟ୍ରାକ୍ । ସଚିନ-ଜିଗରଙ୍କ କମ୍ପୋଜିଂରେ ‘ତୁ ମିଲ୍ ଯାଏ’ ଲିରିକ୍ସ ଥିବା ଏହି ଗୀତରେ ଶୁଭିଛି ଅରିଜିତ୍ ସିଂ ଓ ମଧୁବନ୍ତୀ ବାଗଚୀଙ୍କ ସ୍ୱର । ଗୀତରେ ଇଡି ଶୀରନଙ୍କ ସ୍ୱତନ୍ତ୍ରତା ଶୁଣିବାକୁ ମିଳିଛି । ଗୀତରେ ଶାହାରୁଖ ଓ ଦୀପିକାଙ୍କ ଅଲଟାଇମ୍ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ମିଲିଛି । ଏହି ଗୀତରେ ଉଭୟଙ୍କ କେମେଷ୍ଟ୍ରୀ ପ୍ରେମ, ଆକର୍ଷଣକୁ ବୁଝାଉଛି । ଗୀତରେ ଫିଲ୍ମର କିଛି ଆକ୍ସନ ସିକ୍ୱେନ୍ସର ଝଲକ୍ ଦେଖିବାକୁ ମିଳିଛି । ଗୀତ ସଟ୍ ଭିତରେ ଆକ୍ସନକୁ ମର୍ଜ କରି ଦିଆଯାଇଥିବା କିଙ୍ଗର ପ୍ରିଭ୍ୟୁ ଫିଲ୍ମ ପ୍ରେମୀଙ୍କୁ ଖୁବ ପସନ୍ଦ ଆସିଛି । ଫରେନ୍ ଲୋକେସନରେ ଗୀତର ସୁଟିଂ ହୋଇଥିବା ବେଳେ ଉଭୟଙ୍କ ପୂର୍ବ ଫିଲ୍ମ ପଠାନ୍‌ର ଗୀତକୁ ମନେ ପକାଇଦେଉଛି । ଗୀତ ଆରମ୍ଭରୁ ଶାହାରୁଖଙ୍କ ଦମଦାର ଡାଇଲଗ ତାଙ୍କ ଫ୍ୟାନଙ୍କୁ ବେଶ ଆଟ୍ରାକ୍ଟ କରୁଛି । କିଙ୍ଗ୍‌ରେ ପଠାନ୍‌ର ରିୟୁନିଅନ ଦେଖିବାକୁ ମିଲିଛି କିଙ୍ଗ ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ପଠାନ୍ ଡିରେକ୍ଟର ସିଦ୍ଧାର୍ଥ ଆନନ୍ଦ । ଆସନ୍ତା ୨୪ ଡିସେମ୍ବରରେ ଫିଲ୍ମଟି ପରଦାକୁ ଆସିବ । ଫିଲ୍ମରେ ଅନ୍ୟାନ୍ୟ ରୋଲରେ ସୁହାନା ଖାନ୍ , ଅଭିଶେକ ବଚ୍ଚନ, ଅନୀଲ କପୁର, ରାଣୀ ମୁଖାଜୀ ର୍, ଜ୍ୟାକି ସ୍ରଫ୍‌, ଅର୍ସଦ ୱାର୍ସି ଏବଂ ଅଭୟ ବର୍ମା ନଜର ଆସିବେ । କରୀନା କପୁର ଖାନ୍ ଫିଲ୍ମରେ ଏକ ଆଇଟମ୍ ଟ୍ରାକ୍‌ରେ ନଜର ଆସିବେ ବୋଲି ସୂଚନା ମିଲିଛି ।

 

Leave A Reply

Your email address will not be published.