Latest Odisha News

ଏହି ଅଭିନେତ୍ରୀଙ୍କୁ ଦେଖିବା ପାଇଁ ୪ କୋଟି ଖର୍ଚ୍ଚ କରିଥିଲେ ପ୍ରଶଂସକ

ୱାଶିଂଟନ: ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଲୋକପ୍ରିୟ । ତେଣୁ ପ୍ରତ୍ୟେକ ଲୋକ ନିଜ ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ଟିକେ ଝଲକ ଦେଖିବା ଓ ତାଙ୍କ ସହ ଟିକେ କଥା ହେବା ନେଇ ବେଶ୍ ଉତ୍ସାହିତ ଥାନ୍ତି । ହେଲେ ହଲିଉଡ଼ର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କୁ ଟିକେ ଦେଖିବା ପାଇଁ ତାଙ୍କର ଜଣେ ପ୍ରଶଂସକ ୪ କୋଟି ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାକୁ ଆସିଛନ୍ତି ।

ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କ୍ରିଷ୍ଟେନ୍ ଷ୍ଟେୱାର୍ଟ । ଅଭିନେତ୍ରୀ କ୍ରିଷ୍ଟେନ୍‌ଙ୍କୁ କିଏ ବା ନ ଜାଣେ । ନିକଟରେ କ୍ରିଷ୍ଟେନ୍‌ଙ୍କୁ ଦେଖାକରିବା ପାଇଁ ତାଙ୍କର ଜଣେ ପ୍ରଶଂସକ ୪କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ତାହା ପୁଣି ମାତ୍ର ୧୫ ମିନିଟ୍ ପାଇଁ । କ୍ରିଷ୍ଟେନଙ୍କୁ ଦେଖାକରିବାକୁ ସାଉଦିର ରାଜକୁମାର ମହମ୍ମଦ ବିନ୍ ସଲମାନ୍ ଅଫର ଦେଇଥିଲେ । ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ହାର୍ଭେ ୱେନ୍‌ଷ୍ଟେଇନ୍ ସିନେମା ହରିକେନ୍ ସାଣ୍ଡିର ସ୍କ୍ରିନିଂର କଥାବାର୍ତ୍ତା ବେଳେ ଏହା ବାବଦରେ କହିଥିଲେ । ସେ ଟରଣ୍ଟୋ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ସମ୍ପର୍କରେ କଥା ହେବାବେଳେ ମେଡିଶନ ଛକ ପାର୍କରେ ୨୦୧୩ ଡିସେମ୍ବରରେ କ୍ରିଷ୍ଟେନ୍‌ଙ୍କୁ ଦେଖା କରିଥିବା କହିଥିଲେ । ତେବେ ଏହି ଦେଖା ପରେ କ୍ରିଷ୍ଟେନ୍ ପାଇଥିବା ସେହି ଟଙ୍କାକୁ ଏକ ବାତ୍ୟା ଆଶ୍ରୟସ୍ଥଳକୁ ଦାନ କରିଦେଇଥିଲେ । ହାର୍ଭେ କହିଛନ୍ତି, ରାଜକୁମାର କ୍ରିଷ୍ଟେନ୍‌ଙ୍କୁ ଏକା ଦେଖା କରିବାକୁ ଏକ ଇଭେଣ୍ଟର ମଧ୍ୟ ଆୟୋଜନ କରିଥିଲେ ଓ ୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ।

Comments are closed.