Latest Odisha News

ଇଟାଲୀରେ ବିବାହ କଲେ ବରୁଣ-ଲାବନ୍ୟା, ଖର୍ଚ୍ଚ କଲେ ଏତେ କୋଟି

ମୁମ୍ବାଇ: ଗତ ୧ ତାରିଖରେ ଇଟାଲୀରେ ସାଉଥର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ବରୁଣ ତେଜ -ଲାବନ୍ୟା ତ୍ରିପାଠୀଙ୍କ ବିବାହ ଧୂମ୍‌ଧାମ୍‌ରେ ଶେଷ ହୋଇଛି । କିଛି ଦିନ ହେଲାଣି ସାଉଥ ଷ୍ଟାର ବରୁଣଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଗତ ଜୁନ୍ ୯ ତାରିଖରେ ଅଭିନେତ୍ରୀ ଲାବନ୍ୟାଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ । ଗତ ୧ ତାରିଖରେ ଦୁହେଁ ଇଟାଲୀରେ ବିବାହ କରିଥିଲେ । ଉଭୟଙ୍କ ପରିବାରର ଉପସ୍ଥିତିରେ ବରୁଣ ଓ ଲାବନ୍ୟା ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ବିବାହ ପାଇଁ ଦୁହେଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତାହାର ଏକ ତାଲିକା ଏବେ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ମୁତାବକ, ଲାବନ୍ୟା ବିବାହରେ ୧୦ଲକ୍ଷ ଟଙ୍କାର ଶାଢ଼ି ପିନ୍ଧିଥିଲେ । ଏହା ସହ ଉଭୟ ପରସ୍ପରକୁ ମୋଟ ୫୦ଲକ୍ଷ ମୂଲ୍ୟର ମୁଦି ପିନ୍ଧାଇଥିଲେ । ଏସବୁ ଖର୍ଚ୍ଚ ସହ ଅତିଥିଙ୍କ ରହିବା-ଖାଇବା ବ୍ୟବସ୍ଥା ଓ ବିବାହର ସମସ୍ତଙ୍କ ଖର୍ଚ୍ଚ ମିଶାଇ ଦୁହେଁ ୧୦କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି ।

ଅଭିନେତା ତଥା ନିର୍ମାତା ନାଗେନ୍ଦ୍ର ବାବୁଙ୍କ ପୁଅ ବରୁଣ ତେଜ ୨୦୧୪ରେ ଫିଲ୍ମ ‘ମୁକୁନ୍ଦ’ ରେ ଡେବ୍ୟୁ କରିଥିଲେ । ଏହା ପରେ ସେ ‘ଫିଦା’, ‘କାଞ୍ଚେ’, ‘ଲୋଫର’, ଏବଂ ‘ଏଫ୍‌୩: ଫନ୍ ଆଣ୍ଡ ଫ୍ରଷ୍ଟ୍ରେସନ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ‘ଅପରେସନ୍ ଭାଲେଣ୍ଟାଇନ୍‌’ ଆସନ୍ତା ଡିସେମ୍ବର ୮ ରେ ରିଲିଜ୍ ହେବାକୁ ଯାଉଛି । ତେବେ ବରୁଣ ଏବଂ ଲାବନ୍ୟା ୨୦୧୬ରେ ଫିଲ୍ମ ‘ମିଷ୍ଟର’ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ । ଦୁହେଁ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପର ସହ ବନ୍ଧୁତା କରିଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା । ସେବେଠାରୁ ଦୁହେଁ ପରସ୍ପରକୁ ଡେଟ କରୁଥିଲେ ବି ନିଜ ସମ୍ପର୍କକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ ।

Comments are closed.