ସମ୍ବଲପୁର: ସାରଳା ନିକଟରେ ବୁଧବାର ସନ୍ଧ୍ୟାରେ ଏକ ମେମୁ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏହି ଟ୍ରେନଟି ଏକ ଗାଈକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା।
ପୂର୍ବତଟ ରେଳପଥରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ 6ଟା 25 ମିନିଟ୍ ସମୟରେ ହଠାତ୍ ରେଳ ଧାରଣା ଭିତରକୁ ପଶିଥିବା ଏକ ଗାଈକୁ ଧକ୍କା ଦେବା ଫଳରେ ସମ୍ମୁଖ ଇଞ୍ଜିନରୁ ଚତୁର୍ଖ ବଗି ଟ୍ରାକରୁ ଓହ୍ଲାଇ ଯାଇଥିଲା। ଏହି ଘଟଣା ସମ୍ବଲପୁର ସେକ୍ସନରେ ଘଟିଛି।
ଏହି ଦୁର୍ଘଟଣା ଫଳରେ ଗୋଟିଏ ରେଳ ଲାଇନ୍ ଅବରୋଧ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ସମ୍ବଲପୁର ଡିଭିଜନାଲ ରେଲଓ୍ବେ ମ୍ୟାନେଜର (ଡିଆରଏମ) ଏବଂ ତାଙ୍କ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁନରୁଦ୍ଧାର କାମ ତଦାରଖ କରିଥିଲେ।
ଆବଶ୍ୟକ ରିଲିଫ ସାମଗ୍ରୀ ଏବଂ ଚିକିତ୍ସା ସହାୟତା ନେଇ ଏକ ଦୁର୍ଘଟଣା ରିଲିଫ ଟ୍ରେନ ମଧ୍ୟ ଟ୍ରାକ ପୁନରୁଦ୍ଧାର କାମରେ ସହାୟତା କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚୁଛି। ଯାହା ପାଖାପାଖି ଦୁଇ ଘଣ୍ଟା ସମୟ ନେବ ବୋଲି ଆଶା କରାଯାଉଛି। ଘଟଣାର କାରଣ ଓ ପୁନରୁଦ୍ଧାର କାମ ସମ୍ପର୍କରେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।
Comments are closed.