Latest Odisha News

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ; ଇନ୍ଦିରା ଆବାସ ଘର କରାଇଦେବାକୁ କହି ନେଉଥିଲେ ୫ ହଜାର ଲାଞ୍ଚ

ଭୁବନେଶ୍ୱର: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦିକ୍ଷୀତଙ୍କୁ ଲାଞ୍ଚ ନେବା ବେଳେ ଧରିଲା ଯାଜପୁର ଦୁର୍ନୀତି ନିବାରଣ ବିଭାଗ। ଦିଲ୍ଲୀପ କୁମାର ଇନ୍ଦିରା ଆବାସ ଘର ଯୋଗାଇଦେବାକୁ କହି ତେଲିଆ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ତେବେ ଏହି ସମୁଦାୟ ଟଙ୍କା ତାଙ୍କ ଠାରୁ ସିଜ୍‌ କରାଯାଇଛି। ଏହା ସହ ଭିଜିଲାନ୍ସ ଟିମ୍‌ ଦିଲ୍ଲୀପ କୁମାର ଯାଜପୁର ସ୍ଥିତ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି। ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ଆଗାମୀ ତଦନ୍ତ ଜାରି ରହିଛି।

ନିର୍ଦ୍ଧାରିତ ସମୟରେ ଇନ୍ଦିରା ଆବାସ ଘର ଅଧୀନରେ ଏକ ଗୃହ ନିର୍ମାଣ ପାଇଁ ବୋନସ ଟଙ୍କା ସୁପାକିଶ ଏବଂ ଘରର ଫଟୋ ପୋଷ୍ଟ କରିବା ପାଇଁ ଉକ୍ତ ଜିଆରଏସ୍ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିବା ପରେ ଚଢାଉ କରିଥିଲା। ଚଢାଉ ବେଳେ ଏହି ସମୁଦାୟ ଟଙ୍କା ତାଙ୍କ ଠାରୁ ସିଜ୍‌ କରାଯାଇଛି। ଏହା ସହ ଭିଜିଲାନ୍ସ ଟିମ୍‌ ଦିଲ୍ଲୀପ କୁମାର ଯାଜପୁର ସ୍ଥିତ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି। ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ଆଗାମୀ ତଦନ୍ତ ଜାରି ରହିଛି।

Comments are closed.