Latest Odisha News

‘ଯବାନ’-‘ପଠାନ’କୁ ଟପିପାରିଲାନି ‘ଟାଇଗର-୩’

ମୁମ୍ବାଇ: ଦୀପାବଳି ଅବସରରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ ରିିଲିଜ୍ ହୋଇସାରିିଛି । ପୂର୍ବରୁ ଏହାର ପୋଷ୍ଟର, ଗୀତ ଏବଂ ଟ୍ରେଲର ସୋସିଆଲ ମିଡିଆରେ ବେଶ୍ ଆକୃଷ୍ଟ କରିଥିଲା । ଫିଲ୍ମଟି ପ୍ରଥମ ଦିନରେ କେତେ ଆୟ କରିବ ତାହା ଜାଣିବାର ଉତ୍ସୁକତା ସଭିଙ୍କ ଭିତରେ ରହିଥିଲା । ଆଡ୍‌ଭାନ୍ସ ବୁକିଂ କ୍ଷେତ୍ରରେ ମଧ୍ୟ ‘ଟାଇଗର ୩’ ଆଲୋଚନାର ବିଷୟ ପାଲଟିଥିଲା ।

ଏମଧ୍ୟରେ ‘ଟାଇଗର-୩’ ର ପ୍ରଥମ ଦିନର ଆୟ କେତେ ହେବ ତାହା ସାମ୍ନାକୁ ଆସିଛି । ଏହି ଫିଲ୍ମ ପ୍ରଥମ ଦିନରେ ୪୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରିପାରିଛି । କିନ୍ତୁ ଏହା ସତ୍ତ୍ୱେ ଫିଲ୍ମ ଶାହାରୁଖ ଖାନଙ୍କ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛି । କାରଣ ଉଭୟ ‘ଯବାନ୍‌’ ଏବଂ ‘ପଠାନ୍‌’ ରିଲିଜ୍ ଦିନ ‘ଟାଇଗର-୩’ ଠାରୁ ଅଧିକ ଆୟ କରିଥିଲା ।

ସୂଚନା ମୁତାବକ, ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଚଳିତ ବର୍ଷ ଜାନୁଆରି ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ରିଲିଜ ଦିନ ୫୭କୋଟି ଟଙ୍କା ଆୟ କରିଥିବା ବେଳେ ଘରୋଇ ବକ୍ସ ଅଫିସରେ ଚଳଚ୍ଚିତ୍ରର ମୋଟ ଆୟ ଥିଲା ୫୪୦.୫୧ କୋଟି ଟଙ୍କା ।

‘ଯବାନ୍‌’ ବିଷୟରେ କହିବାକୁ ଗଲେ ଏହା ସେପ୍େଟମ୍ବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ରିଲିଜ ଦିନ ୭୫କୋଟି ଟଙ୍କା ଆୟ କରିଥିଲା । ଘରୋଇ ବକ୍ସ ଅଫିସରେ ଚଳଚ୍ଚିତ୍ରର ମୋଟ ଆୟ ୬୪୦.୨୫ କୋଟି ଟଙ୍କା ଥିଲା ।

Comments are closed.