Latest Odisha News

ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା: ଦୀପାବଳୀରେ ଅଘଟଣ । ବାରିପଦା କାଳୀମନ୍ଦିର ସାହିରେ ଥିବା ସ୍ଵର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ ଟି ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ । ଏଯାଏଁ କୌଣସି ମୃତାହତର ମିଳିନି ଖବର ।

ନିଆଁର ପ୍ରକୋପ ଏତେ ଥିଲା ଯେ, ଆଖି ପିଛୁଳାକେ ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା । ତେବେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବାବେଳେ ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିପାରିନାହିଁ ।

ସୂଚନା ମୁତାବକ, କାଳୀପୂଜା ଚାଲିଥିବା ସମୟରେ ସ୍କାଏ ଲଣ୍ଠନରୁ ଟେଣ୍ଟ ହାଉସରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ଟି ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିବା ବେଳେ, ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି ।

Comments are closed.