ମାଡ୍ରାସ: ସାରା ଦେଶରେ ଦୀପାବଳି ଧୂମଧାମରେ ପାଳନ ହୋଇଛି । ଖୁସିର ପରିବେଶରେ ତଥାପି ଆମେ ପରିବେଶକୁ ପ୍ରଦୂଷିତ କରିବାରେ ନିଜକୁ ଦାୟୀ କରିଛେ । ଏହା ମାଧ୍ୟମରେ ଏ ଭଳି ଏକ ଖବର ସମ୍ମୁଖକୁ ଆସିଛି ଯାହା ପରିବେଶବିତଙ୍କୁ ସନ୍ତୋଷ ପ୍ରଦାନ କରିଛି । ତାମିଲନାଡୁର ୭ଟି ଗ୍ରାମ ପକ୍ଷୀମାନଙ୍କୁ ଅସୁବିଧା ହେବ ନାହିଁ ବୋଲି ବାଣ ଫୁଟାଇ ନାହାନ୍ତି । ଇରାଡେ ଜିଲ୍ଲା ନିକଟରେ ପକ୍ଷୀ ଅଭୟାରଣ୍ୟ ରହିଛି । ଏଠାରେ ବହୁ ସଂଖ୍ୟାରେ ପକ୍ଷୀ ଆସିଥାନ୍ତି । ସେମାନଙ୍କ କିଚିରିମିଚିରି ଶବ୍ଦ ସମସ୍ତଙ୍କୁ ମାନସିକ ଶାନ୍ତି ପ୍ରଦାନ କରୁଛି । ବାଣର ଶବ୍ଦ ଓ ଆଲୋକ ସେମାନଙ୍କୁ ଭୟଭୀତ କରିବା ସମ୍ଭାବନା ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଅକ୍ଟୋବରରୁ ଜାନୁୟାରୀ ମଧ୍ୟରେ ପକ୍ଷୀମାନେ ଏଠାରେ ଅଣ୍ଡା ଦେଇଥାନ୍ତି । ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଅବଶ୍ୟ ଏଥର ନୁହେଁ ୨୨ ବର୍ଷ ହେବ ସେମାନେ ଏହି ଉଦ୍ୟମ ଜାରୀ ରଖିଛନ୍ତି । ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁ ପକ୍ଷୀ ଅଭୟାରଣ୍ୟରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ବର୍ଷ ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଏହି ମାତ୍ର କମିଥିଲେ ମଧ୍ୟ କରୋନା ପରେ ଏଥିରେ ବୃଦ୍ଧି ଘଟିଛି ।
Comments are closed.