Latest Odisha News

BREAKING NEWS

କାର୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ , ସ୍ତ୍ରୀଙ୍କ ଜୀବନ

ଭୁବନେଶ୍ବର : ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ , ସ୍ତ୍ରୀଙ୍କ ଜୀବନ । ଜଣେ ମଦ୍ୟପ କାର୍ ଡ୍ରାଇଭର ଏଭଳି କାଣ୍ଡ ଘଟଣାଇଛନ୍ତି  । ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଦିଗପହଣ୍ଡିରୁ ଦୀପ ଏବଂ କାଠ ବିକ୍ରି କରିବାକୁ ଆସିଥିବାବେଳେ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ପାର୍କିଂରେ ମଦ୍ୟପ ଡ୍ରାଇଭର ଜଣଙ୍କ କାର୍ ଚଢାଇ ଦେଇଥିଲେ ।

ଘଟଣାସ୍ଥଳରେ ମହିଳା ଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ପୁରୁଷଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିଟିକୁ ସିଜ୍ କରିବା ସହ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖିଛି ।

Leave A Reply

Your email address will not be published.