ଭୁବନେଶ୍ୱର: ଶିଶୁ ଦିବସ ପାଳନ ଅବସରରେ, ଉଜ୍ଜ୍ୱଳ ଯୁବ ପ୍ରତିଭାଙ୍କ ଦ୍ୱାରା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ରେ ଏକ ଉର୍ଜାବାନ ଓ ଅନ୍ତର୍ଦୃଷ୍ଟି ସମ୍ପନ୍ନ ଅଡିଟ୍ ଅନୁଷ୍ଠିତ ହୋଇଯାଇଛି । ଓଟିଡିସି ମୁଖ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ଼ଃ ଲେନିନ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।
ଶିଶୁ ଦିବସର ଏକ ଉଲ୍ଲେଖନୀୟ ଉତ୍ସବରେ ଆଇନା ଫାଉଣ୍ଡେସନର କିଶୋରମାନେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଡିଟ୍ କରି ନିଜର ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ଓ ବିଶ୍ଳେଷଣାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ । ଦୁଇଟି ଦଳରେ ବିଭକ୍ତ ଏହି ଯୁବ ଅଡିଟରମାନେ ଓଟିଡିସିକୁ ବିଭିନ୍ନ ବର୍ଗରେ ମୂଲ୍ୟାଙ୍କନ କରିଥିଲେ, ଯେଉଁଥିରେ ସୁଲଭତା, ସମାବେଶିତା, କାର୍ଯ୍ୟକଳାପ, ସୁବିଧା ଏବଂ ସାମଗ୍ରିକ ସମ୍ପତ୍ତିର ଗୁଣବତ୍ତା ଅନ୍ତର୍ଭୁକ୍ତ ଥିଲା ।
ଆଇନା ଫାଉଣ୍ଡେସନର କିଶୋରୀମାନେ ୧୦ ପ୍ରତିଶତରୁ ୯ ପ୍ରତିଶତ ନମ୍ବର ଦେଇ ଓଟିଡିସିକୁ ପୁରସ୍କୃତ କରିଥିଲେ । ଅଡିଟ୍ ଫଳାଫଳ ଉପରେ ଆଲୋଚନା ପାଇଁ ଅନୁଷ୍ଠିତ ବୈଠକରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ୍ ମହାନ୍ତି ଏବଂ ସମସ୍ତ ବିଭାଗୀୟ ପରିଚାଳକ ଉପସ୍ଥିତ ଥିଲେ । ଡଃ ମହାନ୍ତି ସଭାରେ ଉଦବୋଧନ ଦେଇ ଆଇନା ଫାଉଣ୍ଡେସନର ଛାତ୍ରଛାତ୍ରୀ ମାନଙ୍କର ସୁଚିନ୍ତିତ ଅଡିଟ୍ ଓ ସୁଚିନ୍ତିତ ଅନୁଧ୍ୟାନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ପର୍ଯ୍ୟଟନର ଭବିଷ୍ୟତ ନିର୍ମାଣରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅଡିଟ୍ କାର୍ଯ୍ୟର ପୁଙ୍ଖାନୁପୁଙ୍ଖତାକୁ ଡଃ ମହାନ୍ତି ପ୍ରଶଂସା କରିବା ସହ ୧୫ ଦିନ ମଧ୍ୟରେ ଉନ୍ନତି ପାଇଁ ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। ଆଇନା ଫାଉଣ୍ଡେସନର କିଶୋରମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟବାନ ମତାମତ ଆଧାରରେ ଓଟିଡିସିର ଉପଲବ୍ଧତା, ସମାବେଶିତା ଏବଂ ସାମଗ୍ରିକ ପର୍ଯ୍ୟଟକ ଅନୁଭବକୁ ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
Comments are closed.