ଭୁବନେଶ୍ଵର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଛଟ୍ ପୂଜା ପୂର୍ବରୁ ଘରେ ପହଞ୍ଚିବେ ଲୋକେ । ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ଓଡିଶା ଓ ବିହାର ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନର ହେବ ଚଳାଚଳ | ଏହି ଟ୍ରେନ ପୁରୀ ଏବଂ ଜୟନଗର ମଧ୍ୟରେ ଚଳାଚଳ କରିବ ।
ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ୦୮୪୧୯ ପୁରୀ-ଜୟନଗର ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ । ଆସନ୍ତା ଗୁରୁବାର ଦିନ ପୁରୀ ଠାରୁ ରାତ୍ରି ୧୧.୩୦ମି. ରେ ଜୟନଗର ଅଭିମୁଖେ ଯାତ୍ରା କରିବ ଏହି ଟ୍ରେନ | ଫେରିବା ମାର୍ଗରେ ଏହି ଟ୍ରେନ ଜୟନଗର ଠାରୁ ୦୮୪୨୦ ଜୟନଗର-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ | ପରଦିନ ଅର୍ଥାତ୍ ଶୁକ୍ରବାରଦିନ ଜୟନଗର ଠାରୁ ରାତ୍ରି ୧୧.୩୦ମି. ରେ ଛାଡି ପୁନର୍ବାର ପୁରୀ ଯାତ୍ରା କରିବ |
ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ପୁରୀ ଓ ଜୟନଗର ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର, ହିଜଲୀ, ମେଦିନପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରା, ଆସାନସୋଲ, ମଧୁପୁର, ଜଶିଡ଼ିହ, ଝାଝା, କିଉଲ, ବରାଉନି, ସମସ୍ତିପୂର, ଲେହେରିଆ ସରାଇ, ଦରଭଙ୍ଗା, ସକରି ଏବଂ ମଧୁବାଣି ଷ୍ଟେସନ ମାନଙ୍କରେ ରହଣି କରିବ |
Comments are closed.