Latest Odisha News

BREAKING NEWS

ସୀମିତ ହେବ ହ୍ୱାଟସଆପର ଚାଟ୍ ବ୍ୟାକଅପ ଷ୍ଟୋରେଜ, ଏହି ନିୟମରେ ପରିବର୍ତ୍ତନ ଆଣିବ କମ୍ପାନୀ

ନୂଆଦିଲ୍ଲୀ: ହ୍ବାଟସଆପ୍ ଏବଂ ଗୁଗୁଲ ଖୁବ୍ ଶୀଘ୍ର ଚାଟ୍ ବ୍ୟାକଅପ୍ ପାଇଁ ଅସୀମିତ ଷ୍ଟୋରେଜ୍ କୋଟା ଶେଷ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଆପଣ ହ୍ବାଟସଆପ୍ ରେ ବହୁ ପରିମାଣର ଡାଟା ବ୍ୟାକଅପ୍ କରୁଛନ୍ତି, କିନ୍ତୁ ଖୁବ୍ ଶୀଘ୍ର କମ୍ପାନୀ ଏହାକୁ କେବଳ ୧୫ ଜିବିରେ ସୀମିତ କରିବାକୁ ଯାଉଛି । ଏହାର ଅର୍ଥ, ଆପଣଙ୍କ ଗୁଗୁଲ୍ ଆକାଉଣ୍ଟରେ ଯେତିକି ତଥ୍ୟ ଅଛି, ଆପଣ କେବଳ ସେତକି ବ୍ୟାକଅପ୍ କରିବାକୁ ସମର୍ଥ ହେବ ।

ଏହି ଅପଡେଟ୍ ବିଷୟରେ ୱାବେଟେନଫୋ ସୂଚନା ଦେଇଛି, ଯାହା ହ୍ବାଟସଆପର ଡେଭଲପମେଣ୍ଟ ଉପରେ ନଜର ରଖେ । ବର୍ତ୍ତମାନ, କମ୍ପାନୀ ଏହି ବିଷୟରେ ଲୋକଙ୍କୁ ଇନ୍-ଆପ୍ ଆଲର୍ଟ ଦେବା ଆରମ୍ଭ କରିଛି ଏବଂ ହ୍ବାଟସଆପ୍ ହେଲ୍ପ ସେଣ୍ଟରରେ ଏହି ବିଷୟ ଉପରେ ଅପେଡେଟ ମଧ୍ୟ ଦିଆଯାଇଛି ।

ଏହି ପରିବର୍ତ୍ତନ ଦ୍ବାରା ସେହି ଉପଭୋକ୍ତାମାନଙ୍କୁ କ୍ଷତି ପହଞ୍ଚିବ ଯେଉଁମାନଙ୍କର ତଥ୍ୟ ୧୫ ଜିବିରୁ ଅଧିକ ଏବଂ ସେମାନେ ନିୟମିତ ଭାବରେ ମିଡିଆ, ବାର୍ତ୍ତା ଇତ୍ୟାଦି ବ୍ୟାକଅପ୍ କରନ୍ତି । ଯଦି ଆପଁ ଅଧିକ ସ୍ଥାନ ଚାହାଁନ୍ତି, ଆପଣ ଗୁଗୁଲ୍ ୱାନର ସବସ୍କ୍ରିପସନ୍ ମଧ୍ୟ ନେଇପାରିବେ । କମ୍ପାନୀ ଆପଣଙ୍କୁ ୧.୯୯ ଡଲାରରେ ୧୦୦ ଜିବି ଷ୍ଟୋରେଜ୍ ପ୍ରଦାନ କରିଥାଏ । ଯଦି ଆପଣଙ୍କ ଗୁଗୁଲ୍ ଆକାଉଣ୍ଟରେ ଟଙ୍କା ଖର୍ଚ୍ଚ ନକରି ଅଧିକ ସ୍ଥାନ ସୃଷ୍ଟି କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଦରକାରୀ ଫାଇଲ ଡିଲିଟ୍ କରିବାକୁ ପଡିବ ।

ଏହିପରି ଭାବେ ଡାଟାର ସାଇଜକୁ କମ କରିପାରିବେ…

ଆପଣ ହ୍ବାଟସଆପରେ ଅଦୃଶ୍ୟ ବାର୍ତ୍ତା ବା ଡିସାପିଅରିଙ୍ଗ ମେସେଜ ଫିଚରକୁ ଟର୍ଣ୍ଣ ଅନ୍ କରିପାରିବେ, ଏହା ଆପଣଙ୍କର ବ୍ୟାକଅପ୍ ସାଇଜକୁ ଅଧିକ ବୃଦ୍ଧି କରିବ ନାହିଁ ।
ସମୟ ସମୟରେ ଆପଣଙ୍କର ହ୍ବାଟସଆପ୍ ମେସେଜ ଗୁଡ଼ିକୁ ସମୀକ୍ଷା କରନ୍ତୁ ଏବଂ ଆପଣଙ୍କର ମିଡିଆ କୁ କ୍ଲିନ କରନ୍ତୁ ।
ଆପଣ ମିଡିଆ ଅଟୋ ଡାଉନଲୋଡ୍ ସେଟିଂକୁ ମଧ୍ୟ ପରିବର୍ତ୍ତନ କରିପାରିବେ ଯାହା ଦ୍ବାରା ବ୍ୟାକଅପ ସାଇଜ ବହୁତ ଅଧିକ ହେବ ନାହେି ।

ଏହା ବ୍ୟତୀତ ମେଟା ତାର ଲୋକପ୍ରିୟ ହ୍ବାଟସଆପ୍ ଚାଟିଂ ଆପ ଉପଭୋକ୍ତାଙ୍କ ପାଇଁ ନୂଆ ଫିଚର ଆଣିଛି । ଯେଉଁଥିରେ ବର୍ତ୍ତମାନ ହ୍ବାଟସଆପ୍ ଉପଭୋକ୍ତାମାନେ ଏକ ଗୋଷ୍ଠୀରେ ୧୨୮ ସଦସ୍ୟଙ୍କ ସହ ଲାଇଭ୍ କଥା ହେବାକୁ ସମର୍ଥ ହେବେ । ହ୍ବାଟସଆପର ଏହି ଫିଚର ବର୍ତ୍ତମାନ ପର୍ଯ୍ୟନ୍ତ ବିଟା ସଂସ୍କରଣରେ ପରୀକ୍ଷଣ ପର୍ଯ୍ୟାୟରେ ଚାଲୁଥିଲା, ଯାହା ବର୍ତ୍ତମାନ ମେଟା ହ୍ବାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଆରମ୍ଭ କରିଛି ।

Comments are closed.