ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଭୁବନେଶ୍ୱରରେ ନିର୍ମାଣ ସୌଧ କାର୍ଯ୍ୟାଳୟର ଥିବା ସମ୍ପତ୍ତି ନିଲାମ ପ୍ରକ୍ରିୟା । କନଷ୍ଟ୍ରକସନ ଇଣ୍ଡିଆ କମ୍ପାନୀର କଣ୍ଟ୍ରାକ୍ଟର ଦୀନେଶ ପାଠକଙ୍କୁ ୧୮ ଲକ୍ଷ ଟଙ୍କାର ବିଲ ପୈଠ କନରିବାରୁ ଭୁବନେଶ୍ୱର ସିନିୟର ଡିଭିଜନ ସବ-ଜଜ୍ ଏହି ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋର୍ଟ କର୍ମଚାରୀ ଆସବାବପତ୍ର ନିଲାମ କରିବା ପାଇଁ ନେଇଛନ୍ତି । ଏକ ଏକ୍ଜିକ୍ୟୁଟିଭ୍ ଚେୟାର, ଟେବୁଲ୍, ଅଫିସ୍ ଚେୟାର, ଡିଜାଇନିଂ ସୋଫା, ଷ୍ଟାଣ୍ଡିଂ ଏସି, ଡେଲ-ଅଲ୍-ଇନ୍ -1, ଏଚପି ଲେଜରଜେଟ୍ ପ୍ରିଣ୍ଟର୍, ଟେବୁଲ୍, LG ସ୍ମାର୍ଟ ଟିଭି, କIବୋର୍ଡ୍, ଅପ୍ଟିକାଲ୍ ମାଉସ୍, କାନ୍ଥ ଫ୍ୟାନ, ୟୁପିଏସ (Microtek), Microtek (Tabular) ଇନଭର୍ଟର ଏବଂ ରାଉଣ୍ଡ ଗ୍ଲାସ୍ ଟି ଟେବୁଲ୍ ଆଦି ଅଫିସର ଆସବାବପତ୍ର ନିଲାମ କରାଯାଉଛି ।
୧୯୯୮ରେ ଏକ ନଅ ମହଲା ବିଶିଷ୍ଠ କୋଠା ନିର୍ମାଣ କରିଥିଲେ ପାଠକ । ସରକାର ଟଙ୍କା ବାକି ରଖିବାରୁ ଠିକାଦାର କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ କାର୍ଯ୍ୟନୁଷ୍ଠାନ ନେଇ ଅପ୍ରେଲ ୨୯ ତାରିଖରେ ପୂର୍ବରୁ ଭୁବନେଶ୍ୱର ସିନିୟର ଡିଭିଜନ ସବ-ଜଜ୍ ଆସବାବପତ୍ର ନିଲାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା ଏଥିପାଇଁ କିଛି ସମୟ ନେଇଥିଲେ । ସମୟ ମଧ୍ୟରେ ଟଙ୍କା ପୈଠ ନ କରିବାରୁ ପୁଣି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଆଜିଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।
Comments are closed.