ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱୀତିୟ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ । ସ୍ୱାଭାବିକ ଭାବେ ଚାଲି ପାରିଲାନି ଗୃହ । ୨ ଥର ଗୃହ ମୁଲତବି ରଖିବା ପରେ ବି ଅଚଳାବସ୍ଥା ଦେଖା ଦେଇଥିଲା। ଶେଷରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ସର୍ବଦଳୀୟ ବୈଠକ ପରେ ସ୍ୱାଭିବିକ ହୋଇ ପାରି ନ ଥିଲା ଗୃହ । ଫଳରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।
ଆଦିବାସୀ ଜମି ହସ୍ତାନ୍ତର ମାମଲାକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ ବିରୋଧୀ ।ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ପାଟିତୁଣ୍ଡ ହୋହଲ୍ଲା କରିଥିଲେ । ପ୍ରଥମେ ବିରୋଧୀ ପୋଡିୟମ ତଳକୁ ଆସି ଉଭୟେ ବିଜେପି ଓ କଂଗ୍ରେସ ହୋହଲ୍ଲା କରିଥିଲେ । ଏପରି କରି ବିଜେଡି ସରକାର ଆଦିବାସୀଙ୍କ ଜମିକୁ ହାତେଇବାକୁ ଚାହୁଁଛୁ ବୋଲି ବିରୋଧୀ ଅଭିଯୋଗ କରିଥିଲେ ।
ପ୍ରଥମେ ୧୨ଟା ଯାଏ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ପରେ ଗୃହକାମ ଆରମ୍ଭ ହୋଇଥିଲା । ପୁଣି ବିରୋଧୀ ହୋ ହଲ୍ଲା କରିବାରୁ ଆଉ ୪୫ ମିନିଟ ମୁଲତବି ରଖିଥିଲେ । ତଥାପି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇ ପାରି ଥିଲା ।
ଏହା ପରେ ବଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକରେ କୌଣସି ସହମତି ପ୍ରକାଶ ପାଇ ପାରି ନ ଥିଲା । ଫଳରେ ଗୃହ କାର୍ଯକୁ ଅପରାହ୍ନ ୪ଟା ଯାଏ ମୁଲତବି ରଖିଲେ ବାଚସ୍ପତି ।
ଅନ୍ୟପକ୍ଷେ ଗୃହକାର୍ଯ୍ୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ-ସରକାର ଗୋଷ୍ଡୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ବିଜେପି ବିରୋଧ କରେ । ଏହି ନିଷ୍ପତିକୁ ସରକାର ସ୍ଥଗିତ କରିଛନ୍ତି । ହେଲେ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ବିଜେପି ଦାବି କରିଥିବା ସେ କହିଛନ୍ତି ।
Comments are closed.