Latest Odisha News

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ, କାରଣ ଅସ୍ପଷ୍ଟ

ପୁରୀ: ପୁରୀରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ ହୋଇଛି । କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୁରୀ ପୋଲିସ ହାଇସ୍କୁଲରେ ଦେଖିବାକୁ ମିଳିଛି ଏହି ଘଟଣା । ତେବେ ଆହତ ଛାତ୍ର ଜଣକ ଦଶମ ଶ୍ରେଣୀର ମୁନା ସାହୁ ହୋଇଥିବା ବେଳେ ଛୁରା ମାଡ କରିଥିବା ଛାତ୍ର ଜଣକ ହେଉଛି ସେହି ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ।

BjdElectrycity

ସୂଚନା ଅନୁସାରେ, ଆଜି ସ୍କୁଲରେ ବିଜ୍ଞାନ ମେଳା ଥିବାରୁ ସକାଳୁ ସକାଳୁ ମୁନା ବିଜ୍ଞାନ ମେଳା ଦେଖି ବିଦ୍ୟାଳୟ ନିକଟରେ ଥିବା ଏକ ଅଟୋରେ ବସିଥିଲା । କିନ୍ତୁ ସେଠାରେ ବସିବାକୁ କିଛି ଛାତ୍ର ମୁନାକୁ ବିରୋଧ କରିଥିଲେ । ଫଳରେ ଦୁହେଁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ପରେ ମୁନା ସାଇକଲରେ ଘରକୁ ଫେରୁଥିବା ବେଳେ ରେଡକ୍ରସ ରୋଡ ବରଫ କଳ ନିକଟରେ ମୁନାଙ୍କୁ ଛୁରା ମାଡ଼ ହୋଇଥିଲା । ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଓ ତା’ର କିଛି ସହଯୋଗୀ ମାନେ ମୁନା ଉପରକୁ ଛୁରାମାଡ କରିଥିଲେ । ଆହତ ଅବସ୍ଥାରେ ମୁନାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଉଭୟ ଆକ୍ରମଣକାରୀ ଓ ଆକ୍ରମଣର ଶିକାର ନାବାଳକ ଗୋଟିଏ ସ୍କୁଲର ଛାତ୍ର ବୋଲି ଜଣାଯାଇଛି । ତେବେ ପୂର୍ବ କଳହରୁ ଏହି ଆକ୍ରମଣ ହୋଇଥିବା ନେଇ ଆଶଙ୍କା କରାଯାଉଛି।

Leave A Reply

Your email address will not be published.