ପୁରୀ: ଭାରତର ସାମ୍ବିଧାନିକ ସଂସ୍ଥା “ସିଏଜି” ଅନୁଷ୍ଠାନ ସ୍ଥାପନା ଉଦ୍ଦେଶ୍ୟ, କାର୍ଯ୍ୟଧାରା, ଅଡିଟ ରିପୋର୍ଟ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଜନସାଧାରଣଙ୍କ ଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ମହାଲେଖାକାର କାର୍ଯ୍ୟାଳୟରେ ନଭେମ୍ବର ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅଡିଟ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ପୁରୀ ଉପ ମହାଲେଖାକାର (ନିର୍ମାଣ ଲେଖା ଓ ପରୀକ୍ଷା ) ଡ଼ିଏଜି କାର୍ଯ୍ୟାଳୟରେ ଅଡିଟ ସପ୍ତାହ ଆଜି ପାଳିତ ହୋଇଯାଇଛି।
ପ୍ରଧାନ ମହାଲେଖାକାର ରାଜ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଡିଟ ସପ୍ତାହ ପାଳନ ସମାରୋହରେ ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ମହାଲେଖାକାର ତାନ୍ୟା ଆମ୍ଭସ୍ତା, ଏକତା ସିଂହ, କଲ୍ୟାଣ ଅଧିକାରୀ ଅଶୋକ କୁମାର ପଣ୍ଡା, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ, ପ୍ରଦୀପ କୁମାର ମହାପାତ୍ର, ପି. ଜଗଦୀଶ୍ଵର ରାଓ ଓ ଏ.ଆରୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଉପ ମହାଲେଖାକାର ଏସ.ମନୋନ ମଣି ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ରାଜ କୁମାର ଟଙ୍କା ଅଭିଭାଷଣରେ ଅଡିଟ ସପ୍ତାହ ଅବସରରେ ସମସ୍ତିଙ୍କୁ ଶୁଭକାମନା ଜଣାଇବା ସହ ପରିବର୍ତ୍ତିତ ପରିସ୍ଥିତିରେ ଅଡିଟର ଗୁରୁତ୍ୱପୂର୍ଣ ଭୂମିକା ବିଷୟରେ ସମ୍ୟକ ସୂଚନା ଦେଇଥିଲେ।
ମହାଲେଖାକାର ଶ୍ରୀ ଜାଦୋନ ଓଡିଶା ଏ.ଜି ର ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଟାର ସହ କାର୍ଯ୍ୟକାରୀ ଠିକ ସମୟରେ ଲେଖା ଅଡିଟ୍ ରିପୋର୍ଟ ବିଧାନ ସଭାରେ ଉପସ୍ଥାପିତ ହେବା ଓ ଉନ୍ନତ ମାନର ଅଡିଟ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ମବ୍ୟବର ସିଏଜିଙ୍କ ଠାରୁ ଅଡିଟ ଦିବସରେ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ବଢ଼ାଇ ଜଣାଇଥିଲେ। ଅଡିଟ ସପ୍ତାହ ଅବସରରେ ଆୟୋଜିତ ରଙ୍ଗୋଲି, ଚିତ୍ରକଳା ଆଦି ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଉପ ମହାଲେଖାକାର ରାଧିକା ସୁରେଶ ଧନ୍ୟବାଦ ପ୍ରଦାନ କରିଥିଲେ। ଅଡିଟ ସପ୍ତାହ ଉପଲକ୍ଷେ ଆନ୍ତର୍ଜାତୀକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ସିଏଜି ଲୋଗ ଉପରେ ପୁରୀ ସମୁଦ୍ର ବେଳାଭୂମି ଉପରେ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସହକାରୀ ଅଡିଟ ଅଧିକାରୀ ରମାକାନ୍ତ ମିଶ୍ର ଓ ସରୋଜକାନ୍ତ ସ୍ୱାଇଁ ପରିଚାଳନା କରିଥିଲେ।
Comments are closed.