Latest Odisha News

BREAKING NEWS

୧୩୩ ବଲରେ ୧୫୭ ରନ କରି ଚର୍ଚ୍ଚାରେ ମୟଙ୍କ

ଅହମ୍ମଦାବାଦ: ବିଜୟ ହଜାରେ ଟ୍ରଫିରେ ଗୁରୁବାର କର୍ଣ୍ଣାଟକର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଆସିଛନ୍ତି । ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମ୍ୟାଚରେ ମୟଙ୍କ ୧୩୩ ବଲରେ ୧୫୭ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ତାଙ୍କ ଇନିଂସରେ ୧୧ ଚୌକା ଓ ୮ ଛକା ମାରିଥିଲେ । ୨୦୨୨ରେ ମୟଙ୍କ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳ ପକ୍ଷରୁ ଶେଷ ଥର ଖେଳିଥିଲେ । ଏହା ପରେ ସେ ଆଉ ଟିମରେ ସ୍ଥାନ ପାଇପାରି ନାହାନ୍ତି । ସେ ୨୧ ଆନ୍ତର୍ଜାତୀୟ ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଚଳିତ ବର୍ଷ ଘରୋଇ ଟୁର୍ଣ୍ଣାମେଂଟରେ ମୟଙ୍କଙ୍କ ବ୍ୟାଟିଂ ସମସ୍ତଙ୍କୁ ପ୍ରଭାବିତ କରିଛି ।

ଏପରିକି ସେ ଖୁବ ଶୀଘ୍ର ଜାତୀୟ ଦଳକୁ ଫେରିବେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଉଛି । ପ୍ରଥମେ ବ୍ୟାଟିଂ କରି ମୟଙ୍କ ୫୦ ଓଭରରେ ୨ ୱିକେଟ ହରାଇ ୪୦୨ ରନ କରିଥିଲା । ଜବାବରେ ଜମ୍ମୁ ଏବଂ କଶ୍ମୀର ୩୦.୪ ଓଭରରେ ୧୮୦ ରନ କରି ଅଲଆଉଟ ହୋଇ ଯାଇଥିଲା । କର୍ଣ୍ଣାଟକ ୨୨୨ ବୃହତ ବ୍ୟବଧାନରେ ମ୍ୟାଚକୁ ଜିତି ନେଇଥିଲା ।

Comments are closed.