Latest Odisha News

ହିଂସ୍ର ଜନ୍ତୁଙ୍କ ମଝିରେ ପଶି ଖାଦ୍ୟ ଦେଉଛନ୍ତି ଯୁବକ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଅଜବ ଭିଡିଓ ଦେଖିବାକୁ ମିଳିଥାଏ । ସେଥିରୁ କେତେକ ଭିଡ଼ିଓ ବେଳେ ବେଳେ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଭିିଡ଼ିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଏଥିରେ ୨ ଜଣ ବ୍ୟକ୍ତିଙ୍କୁ ହିଂସ୍ର ଜନ୍ତୁଙ୍କ ମଝିରେ ପଶି ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ବ୍ୟକ୍ତି ଦୁଇଜଣଙ୍କ ମୁହଁରେ ଭୟର କୌଣସି ଚିହ୍ନ ଦେଖାଯାଉନାହିଁ । ତେବେ ଜୀବନ ସମସ୍ତଙ୍କୁ ପସନ୍ଦ ନିଜ ଜୀବନକୁ ବିପଦରେ ପକାଇ ଏଭଳି କାର୍ଯ୍ୟ କରିବାକୁ ପସନ୍ଦ ନ ଥିଲେ ମଧ୍ୟ ଏହିପରି କିଛିକାର୍ଯ୍ୟ ଅନେକ ସମୟରେ ଲୋକେ କରିଥାନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇଜଣ ଲୋକ ଏକାଧିକ ଚିତାବାଘକୁ ଏକାଠି ଖାଇବାକୁ ଦେଉଛନ୍ତି । ଭିଡିଓରୁ ଜଣାପଡ଼ୁଛି ସେମାନେ ଏକ ଜାତୀୟ ଉଦ୍ୟାନର କର୍ମଚାରୀ । ସାଧାରଣତଃ ବାଘକୁ ଦେଖିଲେ ଲୋକେ ଭୟ କରିଥାନ୍ତି । ଦୂରରେ ରହି ବାଘର ମଜା ନେଇଥାନ୍ତି । ହେଲେ ଏହି ଦୁଇ ଜଣ ଯୁବକଙ୍କ ମନରେ କୌଣସି ଭୟ ନାହିଁ । ସେମାନେ ଖୁଲମଖୁଲା ଚିତା ବାଘ ପାଖକୁ ଯାଇ ଖାଦ୍ୟ ଦେଉଛନ୍ତି ।

Comments are closed.