Latest Odisha News

BREAKING NEWS

ମାଲକାନଗିରି ପୋଲିସ ନିକଟରେ କୁଖ୍ୟାତ ମାଓ ଦମ୍ପତିଙ୍କ ଆତ୍ମ ସମର୍ପଣ

ମାଲକାନଗିରି : ଏବେ ମାଓ ପ୍ରବଣ ଅଞ୍ଚଳରେ ସହିଦ ଦିବସ ପାଳିତ ହେଉଥିବା ବେଳେ ମାଲକାନଗିରି ପୋଲିସକୁ ଏକ ବଡ଼ ସଫଳତା ମିଳିପାରିଛି । ବହୁ ଅପରାଧରେ ଜଡ଼ିତ ଏକ ମାଓ ଦମ୍ପତି ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ମାଓ ଦମ୍ପତି ହେଲେ ମାଓବାଦୀ ମୁକେଶ ଓ ମାଓବାଦୀ ରତ୍ନା । ଏହି ଦୁଇ ଦମ୍ପତି ମାଓ ପ୍ରବଣ ଅଞ୍ଚଳରେ ନକ୍ସଲ ମିଲିଟାରୀ ପ୍ଲାଟୁନରେ କାର୍ଯ୍ୟ କରୁଥିଲେ । ଏହି ଦୁଇ ମାଓବାଦୀଙ୍କୁ ଧରିବାକୁ ୪ଲକ୍ଷ ଓ ୧ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା ।

ଆତ୍ମସମର୍ପଣ କରିଥିବା ଏହି ଦମ୍ପତି ୪୦ରୁ ଅଧିକ ମାଓ ଅପରାଧରେ ଜଡ଼ିତ ଥିବା ପୋଲିସ ରେକର୍ଡ଼ କହୁଛି ।

“ ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ପଲିସି ଅନୁସାରେ ଏହି ମାଓବାଦୀମାନଙ୍କୁ ଥଇଥାନ ଦାୟିତ୍ୱ ସରକାର ନେବେ । ସେମାନେ କିପରି ସମାଜ ସ୍ରୋତରେ ସାମିଲ ହୋଇପାରିବେ ତାହାକୁ ସରକାର ନିଶ୍ଚିତ ରୂପେ ପାଳନ କରିବେ । ସରକାରଙ୍କ ପଲିସି ଦ୍ୱାରା ଅସ୍ତ୍ର ଓ ହିଂସା ପରିତ୍ୟାଗ କରି ସାମାଜିକ ସ୍ରୋତରେ ମାଓବାଦୀମାନେ ସାମିଲ ହେଉଛନ୍ତି” ।

ଇତିମଧ୍ୟରେ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ସହିଦ ଦିବସ ପାଳନ ଅବସରରେ ୬୦୦ରୁ ଅଧିକ ମାଓବାଦୀମାନେ ମେଳି କରିଛନ୍ତି । ଗୁରୁପ୍ରିୟା ସେତୁକୁ ବିରୋଧ କରି ର୍ୟାଲି କରିଛନ୍ତି ମାଓବାଦୀମାନେ ।

Leave A Reply

Your email address will not be published.