Latest Odisha News

ଗୁଜୁରାଟରେ ଅଦିନିଆ ବର୍ଷା ବିତ୍ପାତ, ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୪ ମୃତ

ଗାନ୍ଧୀନଗର: ଗୁଜୁରାଟର ପ୍ରାୟ ସମସ୍ତ ଜିଲ୍ଲାରେ ଆଜି (ରବିବାର) ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ଅଦିନିଆ ବର୍ଷା ବିତ୍ପାତ ଦେଖାଦେଇଛି । ଯାହାଦ୍ବାରା ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଦାହୋଡ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ଘଟିଥିବା ବେଳେ ଆମରେଲି, ସୁରେନ୍ଦ୍ରନଗର, ମେହସାନା, ବୋତାଡ, ପଞ୍ଚମହଲ, ଖେଡା, ସାବରକାନ୍ତ, ଅହମ୍ମଦାବାଦ ଓ ସୁରଟରେ ଜଣେ ଲେଖାଏଁ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି ।

ଆସନ୍ତାକାଲି (ସୋମବାର) ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ । ଏନେଇ ରାଜ୍ୟରେ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ଏଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ପାଣିପାଗ ବିଭାଗ । କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ପବନ ବୋହିବାର ଆଶଙ୍କା ରହିଛି ।

୨୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଗୁଜରାଟ ଓ ସୌରାଷ୍ଟ୍ରର ଭବନଗର-ଆମରେଲି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସ୍ଥିତି ଲାଗି ରହିବାର ପୂର୍ବାନୁମାନ କରାଯାଇଛି । ଏହି ସବୁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବଜ୍ରାପାତରୁ ରକ୍ଷା ପାଇଁ ଘରେ ତଥା ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ରାଜ୍ୟ ପାଣିପାଗ ବିଭାଗ ।

Comments are closed.