Latest Odisha News

ଶୀତଦିନେ ଖାଆନ୍ତୁ ଏହି ଜିନିଷ, ବଢିବ ଇମ୍ୟୁନିଟି

ନୂଆଦିଲ୍ଲୀ :  ଶୀତଦିନେ ସାଧାରଣତଃ ଲୋକ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି  । କିଏ ପ୍ରତିଦିନ ସକାଳୁ ବ୍ୟାୟମ କରେ ତ କିଏ ଜିମ୍ ଯାଏ  । ଆଉ କେହି କେହି ଖାଦ୍ୟ ଉପରେ ଧ୍ୟାନ ଦେଇଥାନ୍ତି  । କିଏ ସବୁଜ ପନିପରିବା ଖାଆନ୍ତି ତ ଆଉ କିଏ ସତେଜ ଫଳମୂଳ  । ତେବେ ଆଜି ଆସନ୍ତୁ ଜାଣିବା ଶୀତଦିନେ କଣ ଖାଇଲେ , ଆମର ଇମ୍ୟୁନିଟି ବୃଦ୍ଧି ଘଟିଥାଏ  । ଶୀତଦିନେ ଆପଣମାନେ ପ୍ରବଳ ମାତ୍ରାରେ କନ୍ଦମୂଳ ଖାଇପାରିବେ । କାରଣ ଏଥିରେ ଥିବା କ୍ୟାଲୋରୀ ଏବଂ ହାଇ ନ୍ୟୂଟ୍ରିଏଣ୍ଟ ଶରୀରକୁ ଏନଜ୍ରି ଦିଏ । ଏବଂ ରୋଗ ସହ ଲଢିବାର ଶକ୍ତି ଦିଏ  ।

ପିଆଜ ଶଣ୍ଡା କୁ ମଧ୍ୟ ଆପଣ ଖାଇପାରିବେ  । ଏଥିରେ ମାତ୍ରାଧିକ ଆଣ୍ଟି ଅକ୍ସିଡେଣ୍ଟ ଥାଏ । ଯାହା ଆମକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗଠୁ ଦୂରେଇ ରଖେ । ଆମକୁ ବଡ ବଡ ରୋଗ ସହ ଲଢିବାକୁ ଇମ୍ୟୁନିଟି ଯୋଗାଏ ।ସେହିପରି ଶୀତଦିନେ ଖଜୁରୀ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହା ଏକ ପ୍ରକାରର ଲୋ ପ୍ୟାଟ୍ ଫଳ ଅଟେ । ଯାହା ଆମକୁ ମୋଟା ହେବାଠାରୁ ବଞ୍ଚାଏ  । ଏବଂ ଶରୀରକୁ ଗରମ ରଖେ । ବାଦାମ୍ ଓ ଅଖରୋଟ୍ ମଧ୍ୟ ଆପଣମାନେ ଖାଦ୍ୟ ପ୍ରଣାଳୀରେ ସାମିଲ କରିପାରିବେ । ଏହା ହାର୍ଟ ରୋଗୀମାନଙ୍କ ପାଇଁ ବହୁତ୍ ଉପକାରୀ । ଶୀତଦିନେ ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏହାକୁ ଖାଇବା ଦ୍ବାରା ଡାଇବେଟିସ୍ ରୋଗଠୁ ମୁକ୍ତି ମିଳିଥାଏ । ପ୍ରୋଟିନ୍ ,ଫାଇବର ରେ ଭରପୂର ବାଜାରା ନିୟମିତ ଖାଇବା ଦ୍ୱାରା ହାଡ ମଜବୁତ୍ ହୋଇଥାଏ ।

Comments are closed.