ଗୌହାଟୀ: ଭାରତ-ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ସିରିଜ ଅଧାରୁ ପେସ ବୋଲର ମୁକେଶ କୁମାର ଘରକୁ ଫେରିଛନ୍ତି । ସେ ହଠାତ କାହିଁକି ସିରିଜ ଅଧାରୁ ପଳାଇଗଲେ ତାହାର ଖୁଲାସା ଏବେ ହୋଇଛି । ତୃତୀୟ ମ୍ୟାଚ ପୂର୍ବରୁ ମୁକେଶ ତାଙ୍କ ବିବାହ ପାଇଁ ବିସିସିଆଇ ନିକଟରୁ ଅନୁମତି ଆଣିଥିଲେ । ସେ ୪ର୍ଥ ଟି୨୦ ବେଳକୁ ସେ ଟିମ ସହିତ ଯୋଗ ଦେବେ ବୋଲି ଜଣାପଡିଛି । ମୁକେଶ ଗୋରଖପୁରରେ ବେରୁଡ ଗ୍ରାମର ଦିବ୍ୟା ସିଂଙ୍କୁ ବିବାହ କରିବେ । ମୁକେଶଙ୍କ ବଦଳରେ ଦୀପକ ଚହରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ।
ତେବେ ତାଙ୍କୁ ଗୌହାଟୀରେ ଖେଳା ଯାଉଥିବା ତୃତୀୟ ଟି୨୦ରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନି । ଆଭେଶ ଖାଁଙ୍କୁ ଏହି ମ୍ୟାଚ ପାଇଁ ସୁଯୋଗ ମିଳିଛି । ୫ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ୨ଟି ମୁକାବିଲା ଜିତି ୨-୦ରେ ଅଗ୍ରଣୀ ରହିଛି ।
Comments are closed.