Latest Odisha News

ଟି୨୦ ବିଶ୍ୱକପ: ଉଗାଣ୍ଡା, ନାମ୍ବିଆର ଯୋଗ୍ୟତା ହାସଲ

ନୂଆଦିଲ୍ଲୀ: ଉଗାଣ୍ଡା ଓ ନାମ୍ବିଆ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । କ୍ୱାଲିଫାୟରର ଆଫ୍ରିକାର ଶେଷ ଲିଗରେ ରୱାଣ୍ଡାକୁ ଉଗାଣ୍ଡା ହରାଇଥିଲା । ଏଥିସହ ୫ମ ଆଫ୍ରିକୀୟ ଟିମ ଭାବେ ବିଶ୍ୱକପ ଖେଳିବା ସୌଭାଗ୍ୟ ଅର୍ଜନ କରିଛି । ଅପରପକ୍ଷରେ ନାଇଜେରିଆ ବିପକ୍ଷରେ ଶେଷ ଲିଗ ମ୍ୟାଚରେ ଜିମ୍ବାୱେ ହାରି ଟୁର୍ଣ୍ଣାମେଂଟରୁ ବାଦ ପଡିଛି । ଉଗାଣ୍ଡା ରବିବାର ଜିମ୍ବାୱେକୁ ପରାସ୍ତ କରିଥିଲା । ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଏହା ପୂର୍ଣ୍ଣ ସଦସ୍ୟ ଟିମ ବିପକ୍ଷରେ ଏହା ସେମାନଙ୍କ ପ୍ରଥମ ବିଜୟ । ଟି୨୦ ବିଶ୍ୱକପ ୨୦୨୪ ପାଇଁ ଯୋଗ୍ୟତା ହାସଲ କରିଥିବା ଟିମଗୁଡିକ ହେଲା- ଆମେରିକା, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣଆଫ୍ରିକା, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ଆୟର୍ଲାଣ୍ଡ, ସ୍କଟଲାଣ୍ଡ, ପାପୁଆ ନ୍ୟୁ ଗିନି, କାନାଡା, ନେପାଳ, ଓମାନ, ନାମ୍ବିଆ ଓ ପାକିସ୍ତାନ ।

ଜିମ୍ବାୱେର ପ୍ରଦର୍ଶନ ସବୁଠାରୁ ନୈରାଶ୍ୟଜନକ ରହିଛି । ୨୦୨୧ରେ ଜିମ୍ବାୱେ ଟିମ ରାଜନୈତିକ ଅସ୍ଥିରତା ଯୋଗୁ ଟି୨୦ ବିଶ୍ୱକପରେ ଅଂଶଗ୍ରହଣ କରିପାରି ନ ଥିଲା । ୨୦୨୨ରେ ପ୍ରଥମ ରାଉଣ୍ଡରୁ ଦଳ ବିଦା ନେଇଥିଲା । ଏବେ ଆଗାମୀ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରି ନ ପାରିବା ସହ ଏହା ଚାମ୍ପିୟନ୍ସ ଟ୍ରଫିରୁ ମଧ୍ୟ ବାଦ ପଡିଛି ।

Comments are closed.