Latest Odisha News

ଭିଜିଲାନ୍ସ ଟ୍ରାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସର କନିଷ୍ଠ କିରାଣି

ବାଲେଶ୍ବର: ଭିଜିଲାନ୍ସ ଜାଲରେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସର କନିଷ୍ଠ କିରାଣି। ଲାଞ୍ଚ ନେବାବେଳେ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ନାଥଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍। ଜଣେ ହିତାଧିକାରୀଙ୍କ ବାପାଙ୍କ ନାଁରେ ଥିବା ଜମିପଟ୍ଟା ରେକର୍ଡର ନକଲ ଦେବାପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ଏଥିପାଇଁ ୫୦୦୦ ଟଙ୍କା ଦାବି କରିଥିଲେ କନିଷ୍ଠ କିରାଣି। ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ।

କନିଷ୍ଠ କିରାଣିଙ୍କ ବାଲେଶ୍ଵରସ୍ଥିତ ଘର ସମେତ ୩ଟି ସ୍ଥାନରେ ଚଢାଉ ଚାଲିଛି। ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି ଭିଜିଲାନ୍ସ ଟିମ୍।

Comments are closed.