Latest Odisha News

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଦ୍ୱିତୀୟ ଦିବସ

କେନ୍ଦ୍ର ସାହିତ୍ୟ ପୁରସ୍କାରପ୍ରାପ୍ତ ୫ ଜଣ ସମ୍ମାନିତ ୫ଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଆଜି ଦ୍ୱିତୀୟ ଦିବସରେ ଲେଖକ, ପାଠକ ଓ ପ୍ରକାଶକଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଆ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ ମୁଖ୍ୟ ଅତିଥି, ଆୟକର ବିଭାଗ ମୁଖ୍ୟ କମିଶନର ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥଲେ । ପାଠକ ହିଁ ପୁସ୍ତକର ବାସ୍ତବ ବିଚାରକ । ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ବହିର ପାଠକୀୟ ଆଦରତା ଅକ୍ଷୁଣ୍ଣ ରହିଛି, ଯାହା ପୁସ୍ତକ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟକୁ ଯଥାର୍ଥ ପ୍ରତିପାଦନ କରୁଛି ବୋଲି ଶ୍ରୀ ମଲ୍ଲିକ କହିଁଇଥିବା ବେଳେ ପୁସ୍ତକ ହେଉଛି ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବନ୍ଧୁ, ଯାହା ମୃତୁ୍ୟ ପରେ ମଧ୍ୟ ବଞ୍ଚାଇ ରଖିଥାଏ । ପୁସ୍ତକ ମେଳା ହେଉଛି ସାହିତ୍ୟ,ଭାଷା ଓ ସଂସ୍କୃତିର ତି୍ରବେଣୀ ସମ୍ଭାର ଯାହା ମାନବୀୟ ଚେତନା ସୃଷ୍ଟି କରିଥାଏ ବୋଲି ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କନ୍ନଡ଼ ସାହିତି୍ୟକ ଡ. ମୁଦନାକୁଡ଼ୁ ଚିନ୍ନାସ୍ୱାମୀ, ମରାଠୀ ସାହିତି୍ୟକା ଅନୁରାଧା ପାଟିଲ, ମାଲାୟଲମ୍‌ ସାହିତି୍ୟକା ପି୍ରୟା ଏ. ଏସ୍‌., ବଙ୍ଗଳା ସାହିତି୍ୟକ ସୁବୋଧ ସରକାର ଏବଂ ତାମିଲ ସାହିତି୍ୟକ ଆର୍‌.ଏନ୍‌. ଜୋଡି କୃଜ୍‌ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା କବି ଜୟନ୍ତ ମହାପାତ୍ରଙ୍କ ପ୍ରତି ଉତ୍ସର୍ଗୀକୃତ ଅରୁଣ ଚନ୍ଦ୍ର ସାହୁଙ୍କ ଇଂରାଜୀ କବିତା ‘ଦି ବଟରଫ୍ଲାଏ ଅଫ୍‌ ଦି କେଜ୍‌’, ଭାନୁମତି ସାହୁଙ୍କ ଉପନ୍ୟାସ ‘ମୁଁ ବିକର୍ଣ୍ଣ’, ପଦ୍ମାଳୟା ପାଢ଼ୀଙ୍କ ଗଳ୍ପ ସଙ୍କଳନ ‘ରକ୍ଷା କବଚ’, ଶିଶୁ ଲେଖିକା ଶୈଳବାଳା ରାଉତଙ୍କ ଗଳ୍ପ ସଙ୍କଳନ ‘କେଦାରନାଥ’ ଓ ଶିଶୁ ଉପନ୍ୟାସ ‘ଗୁରବେ ନମଃ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହା ସହ କାର୍ଯ୍ୟକ୍ରମ ଶେଷରେ ପ୍ରାଚୀ ତାରା ସଂସ୍ଥା ଦ୍ୱାରା ଫକୀର ମୋହନ ସେନାପତିଙ୍କ ଡାକ୍‌ମୁନ୍‌ସୀର ଗଳ୍ପାୟନ ପରିବେଷିତ ହୋଇଥିଲା ।

ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମଧୁମିତା ମହାନ୍ତି ଓ ଅନୁଜା ତାରିଣୀ ମିଶ୍ର ସଂଯୋଜନା କରିଥିଲେ ଏବଂ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.