Latest Odisha News

BREAKING NEWS

ମାଇନସ୍‌୧୬ ଡିଗ୍ରୀ ତାପମାତ୍ରାରେ ସୈନିକଙ୍କ ସହ ପୁଶ୍‌ଅପ୍ କଲେ ମହିଳା

ସୈନିକମାନଙ୍କର ପ୍ରତ୍ୟେକ କାର୍ଯ୍ୟ କଷ୍ଟସାଧ୍ୟ ହୋଇଥାଏ ତାହା ସମସ୍ତେ ଜାଣନ୍ତି । ଉତ୍ତର ଭାରତରେ ସୈନିକମାନେ ବରଫର ମୋଟା ଚାଦର ମଧ୍ୟରେ ଦେଶକୁ ଜଗିଥାନ୍ତି । ଏପରି ପରିସ୍ଥିତିରେ ସେମାନେ ନିଜକୁ ଫିଟ୍ ଏବଂ ହିଟ୍ ରଖିବାକୁ ନିୟମିତ ବାୟାମ କରିଥାନ୍ତି । ଜଣେ ସୈନିକ ବରଫରେ ବ୍ୟାୟାମ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହେଲେ ଏଥିରେ ଜଣେ ମହିଳା ସୈନିକଙ୍କ ସହ ପୁଶ୍‌ଅପ୍ କରୁଥିବାର ଦେଖିବାକୁ ମିଳିଛି ।

ନେହା ବାଙ୍ଗିଆ ଜଣେ ଫିଟନେସ୍ କୋଚ୍ । ଯିଏ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଯୋଗ ଏବଂ ବ୍ୟାୟାମ କରୁଥିବା ଭିଡିଓ ପୋଷ୍ଟ କରନ୍ତି । ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବରଫର ମୋଟା ଚାଦର ଏବଂ ଅତ୍ୟଧିକ ଥଣ୍ଡା ତାପମାତ୍ରା ମଧ୍ୟରେ ପୁଶ୍‌ଅପ୍ କରୁଥିବା ଦେଖାଯାଉଛି । ଜଣେ ସେନା ଲୋକ ମଧ୍ୟ ସେମାନଙ୍କ ସହିତ ପୁଶ୍‌ଅପ୍ କରୁଛନ୍ତି ।

ମହିଳା ଜଣକ ଏହି ଭିଡିଓ ସେୟାର କରି କ୍ୟାପଶନରେ ଲେଖିଛନ୍ତି, ମାଇନସ୍ ୧୬ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାରେ ପୁଶ୍‌ଅପ୍ କରିବା ମୋ ପାଇଁ ଏକ ଚ୍ୟାଲେଞ୍ଜ ଅଟେ । ଏପରି ଶୀତରେ ବଞ୍ଚିବା ଆମ ପାଇଁ ଏତେ କଷ୍ଟସାଧ୍ୟ, କିନ୍ତୁ ସୈନିକମାନେ ବର୍ଷସାରା ସେଠାରେ ଖୁସିରେ ରୁହନ୍ତି । ମୁଁ ନିଜ ପାଇଁ ଏକ ପୁଶ୍‌ଅପ୍ ଭିଡିଓ ପ୍ରସ୍ତୁତ କରୁଥିଲି ଯେତେବେଳେ ମୋ ପଛରେ ଠିଆ ହୋଇଥିବା ଜଣେ ସୈନିକ ଭାଇ ମୋତେ କହିଥିଲେ, ଆମେ ଏଠାରେ କୌଣସି ଝିଅ ପୁଶ୍‌ଅପ୍ କରୁଥିବାର ଦେଖିନାହୁଁ । ଆମେ ପ୍ରତିଦିନ ବ୍ୟାୟାମ କରୁ କାରଣ ଶୀତରୁ ରକ୍ଷା ପାଇବା ପାଇଁ ଏହା ସର୍ବୋତ୍ତମ ଉପାୟ । ଏହା ପରେ ଆଉ ଜଣେ ସୈନିକ ଭାଇ ମୋ’ ସହିତ ପୁଶ୍‌ଅପ୍ କରିବାକୁ ଆସିଥିଲେ । ମୁଁ ପ୍ରାୟ ୧୫ ଟି ପୁଶ୍‌ଅପ୍ କରିସାରିଛି । କିନ୍ତୁ ମୁଁ ସେମାନଙ୍କୁ କିପରି ମନା କରିପାରିବି ମୋ’ ହାତ ଥଣ୍ଡା ହୋଇଗଲା ଏବଂ ମୁଁ ବନ୍ଦ କରିବାକୁ ଲାଗିଲି । କିନ୍ତୁ ତାଙ୍କ ସହ ପୁଶ୍‌ଅପ୍ କରିବା ମୋ ପାଇଁ ଗର୍ବର ବିଷୟ ।

Leave A Reply

Your email address will not be published.