Latest Odisha News

ତାଜ କ୍ରିଷ୍ଣା ବାହାରେ କାହା ପାଇଁ ରଖାଯାଇଛି ଲକ୍ସରୀ ବସ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ସମ୍ପୂର୍ଣ୍ଣ ଭାବେ ବାହାରି ନ ଥିବା ବେଳେ ହାଇଦ୍ରାବାଦର ତାଜ କ୍ରିଷ୍ଣା ହୋଟେଲ ନିକଟରେ ଲକ୍ସରୀ ବସ ଦେଖିବାକୁ ମିଳିଛି । ଏହି ଦାମୀ ବସଗୁଡିକ କାହା ପାଇଁ ରଖାଯାଇଛି ତାହା ସ୍ପଷ୍ଟ ହୋଇନି । ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ଉପାଧ୍ୟକ୍ଷ କିରଣ କୁମାର ଚାମଲା କହିଛନ୍ତି ବିଆରଏସ କିଭଳି ଭାବେ ରାଜନୀତି କରେ ତାହା କାହାକୁ ଅଛପା ନାହିଁ । ନିର୍ବାଚନରେ ପଛେଇ ଯିବା ପରେ ବିଧାୟକଙ୍କୁ ଅନୀତି ବାଟରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ସବୁ କିଛି ଠିକଠାକ ଚାଲିଛି । ବିଆରଏସର ସମସ୍ତ ପଦକ୍ଷେପ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।

କଂଗ୍ରେସର ମୂଖ୍ୟମନ୍ତ୍ରୀ ଦୌଡରେ ଆଗରେ ଥିବା ରେୱନ୍ତ ରେଡ୍ଡୀ କହିଛନ୍ତି ଯେ, ଶହୀଦ ଏବଂ ରାଜ୍ୟର ୪ କୋଟି ଲୋକଙ୍କ ଆଶା ପୂରଣ କରିବା ସମୟ ଉପନୀତ ହୋଇଛି । ସେ ଏହି ଅବସରରେ ତେଲେଙ୍ଗାନାକୁ ରାଜ୍ୟ ମାନ୍ୟତା ଦାବୀରେ ଆତ୍ମାହୂତି ଦେଇଥିବା ଟିପିସିସି ଅଧ୍ୟକ୍ଷ ଶ୍ରୀକାନ୍ତ ଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତେଲେଙ୍ଗାନରେ କଂଗ୍ରେସ ବହୂମତଠାରୁ ଆଗରେ ଚାଲିଛି । ସମ୍ପୂର୍ଣ୍ଣ ଫଳାଫଳ ବାହାରି ନାହିଁ । ଅପରପକ୍ଷରେ ବିଆରଏସ ଏ ସମ୍ପର୍କରେ କିଛି ବୟାନ ଦେଇ ନାହିଁ ।

Comments are closed.