Latest Odisha News

‘ଆନିମଲ୍’ ନା ‘ସାମ ବାହାଦୂର’, ଦ୍ଵିତୀୟ ଦିନରେ ରହିଲା କାହାର ପଲା ଭାରି, ଜାଣନ୍ତୁ…

ମୁମ୍ବାଇ: ଗତ ଡିସେମ୍ବର ୧ ତାରିଖ ଶୁକ୍ରବାରରେ ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ଏବଂ ବିକି କୌଶଲଙ୍କ ‘ସାମ ବାହାଦୁର’ ରିଲିଜ ହୋଇଛି । ବକ୍ସ ଅଫିସରେ ବର୍ତ୍ତମାନ ଦୁହେଁ ଦୁହିଁଙ୍କୁ ଟକ୍କର ଦେଉଛନ୍ତି । ଉଭୟ ଚଳଚ୍ଚିତ୍ରର କାହାଣୀ ପରସ୍ପରଠାରୁ ସମୂର୍ଣ୍ଣ ଭିନ୍ନ ଅଟେ । ପ୍ରଥମ ଦିନରେ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ପ୍ରାୟ ୬୪ ରୁ ଅଧିକ କୋଟି ଟଙ୍କା ଆୟ କରିଛି । ସେହିପରି ମେଘନା ଗୁଲଜାରଙ୍କ ‘ସାମ ବାହାଦୂର’ ପ୍ରଥମ ଦିନରେ ମାତ୍ର ୬.୨୫ କୋଟି ଟଙ୍କା ଆୟ କରିଥିଲା । ତେବେ ଦ୍ଵିତୀୟ ଦିନରେ ବକ୍ସ ଅଫିସରେ କାହାର ପଲ୍ଲା ଭାରି ରହିଛି ଆସନ୍ତୁ ଜାଣିବା ।

ଦ୍ଵିତୀୟ ଦିନରେ ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ୬୬କୋଟି ଟଙ୍କା ଆୟ କରିଥିବା ବେଳେ ୨ଦିନର ମୋଟ ଆୟ ମିଶି ୧୨୯.୮୦ କୋଟି ଛୁଇଁଛି । ସେହିପରି ‘ସାମ ବାହାଦୂର’ ମଧ୍ୟ ବକ୍ସ ଅଫିସରେ ଭଲ କଲେକ୍ସନ କରିଛି । ବିକି କୌଶଲଙ୍କ ଚଳଚ୍ଚିତ୍ର ‘ସାମ ବାହାଦୂର’ ପ୍ରଥମ ଦିନରେ ୬.୨୫ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ଵିତୀୟ ଦିନରେ ୯.୨୫ କୋଟି ଟଙ୍କା ଆୟ କରିଛି । ଏହାକୁ ମିଶାଇ  ‘ସାମ ବାହାଦୂର’ର ସର୍ବମୋଟ ଆୟ ୧୫.୫୦ କୋଟି ଛୁଇଁଛି ।

ବାପା ଓ ପୁଅର ସମ୍ପର୍କକୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ‘ଆନିମଲ୍’କୁ ଦର୍ଶକଙ୍କ ଠାରୁ ଭଲ ରେସପେନ୍ସ ମିଳିଛି ।  ଫିଲ୍ମରେ ଅନୀଲ କପୁର ଓ ରଣବୀରଙ୍କ ବାପା ପୁଅ କାହାଣୀକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି । ଫ୍ୟାମିଲି ଡ୍ରାମା, ଇମୋସନ, ରୋମାନ୍ସ, ଆକ୍ସନ ଓ ଥ୍ରୀଲରକୁ କାହାଣୀରେ ସ୍ଥାନ ଦିଆଯାଇଛି । ସେପଟେ ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ସହ ରଣବୀରଙ୍କ ଅନସ୍କ୍ରିନ୍ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିଛି ।

ସେପଟେ ‘ସାମ ବାହାଦୂର’ ହେଉଛି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ Sam Manekshawଙ୍କ ର ବାୟୋପିକ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।’ସାମ ବାହାଦୂର’ 2 ଘଣ୍ଟା 30 ମିନିଟର ଫିଲ୍ମ ।ଏହି ସିନେମାକୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ପକ୍ଷରୁ ଏକ U / A ସାର୍ଟିଫିକେଟ୍ ଦିଆଯାଇଛି ।

Comments are closed.