Latest Odisha News

ଦୋସାରୁ ବାହାରିଲା ପୋକ, ଉଠିଲା ପଡିଲା ପୁରା ରେଷ୍ଟୁରାଣ୍ଟ, ପୋଲିସ ପହଞ୍ଚି କଲା ସମାଧାନ…

ବାରଣାସୀ: ଦୋସାରୁ ବାହାରିଲା ପୋକ । ଅଭିଯୋଗ କରିବାରୁ ଅଭଦ୍ରତା କଲେ ରେଷ୍ଟୁରାଣ୍ଟ ମାଲିକ । ଏପରି ଏକ ଖବର ଆସିଛି ଉତ୍ତରପ୍ରଦେଶ ବାରଣାସୀରୁ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ବାରଣାସୀରେ ଗୋଟ ପରିବାର ଖାଇବା ପାଇଁ ରେଷ୍ଟୁରାଣ୍ଟ ଯାଇଥିଲେ । ଖାଇବାପାଇଁ ସେ ଦୋସା ଅର୍ଡର କରିଥିଲେ । ରେଷ୍ଟୁରାଣ୍ଟର କର୍ମଚାରୀ ଅର୍ଡର ମୁତାବକ ସେମାନଙ୍କୁ ଦୋସା ପ୍ଲେଟ ଦେଇ ଚାଲିଗଲା । ଯେତେବେଳେ ସେମାନେ ଦୋସା ଖାଇବାକୁ ଲାଗିଲେ ତ ସେଥିରେ ପୋକ ଥିବା ଦେଖି ରେଷ୍ଟୁରାଣ୍ଟ ମାଲିକଙ୍କୁ ଅଭିଯୋଗ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହେଲା । ବଚସା ଏତେ ବଢିଗଲା ଯେ ଶେଷରେ ଏହି ମାମଲା ପୋଲିସ ଓ ଫୁଡ ଡିପାର୍ଟମେଣ୍ଟ ପାଖରେ ପହଞ୍ଚିଲା ।

ଖବରପାଇ ରେଷ୍ଟୁରାଣ୍ଟରେ ପୋଲିସ ପହଞ୍ଚିଥିଲେ । ପ୍ରଥମେ ପୋଲିସ ଉଭୟ ରେଷ୍ଟୁ୍ରାଣ୍ଟ ମାଲିକ ଓ ଖାଇବାକୁ ଆସିଥିବା ସେହି ବ୍ୟକ୍ତିଙ୍କ ମଧ୍ୟରେ ବଚସା ଶାନ୍ତ କରିଥିଲା । ପରେ ସେଠାରେ ବାରଣାସୀ ମହିଳା ବ୍ୟାପାର ମଣ୍ଡଳ ଅଧ୍ୟକ୍ଷ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ । ଖାଦ୍ୟରୁ ପ୍ରଥମେ ପୋକ ବାହାରିବା ଓ ଅଭିଯୋଗ କରିବାରୁ ରେଷ୍ଟୁରାଣ୍ଟ ମାଲିକ ଅଭଦ୍ରତା କରିବାରୁ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ବାରଣାସୀ ମହିଳା ବ୍ୟାପାର ମଣ୍ଡଳ ଅଧ୍ୟକ୍ଷ ।

Comments are closed.