Latest Odisha News

ଶେଷ ଟି୨୦ରେ ଅଷ୍ଟ୍ରେଲିଆକୁ ୬ ରନରେ ହରାଇଲା ଭାରତ: ସିରିଜ ୪-୧ରେ ବିଜୟୀ

ବାଙ୍ଗାଲୋର: ଏଠାରେ ଅନୁଷ୍ଠିତ ୫ମ ତଥା ଅନ୍ତିମ ଟି୨୦ରେ ଭାରତ ୬ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୪-୧ ବୃହତ ବ୍ୟବଧାନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରେୟାଶ ଆୟାରଙ୍କ ୫୩, ଜିତେଶ ଶର୍ମା ୨୪, ଅକ୍ଷର ପଟେଲ ୩୧ ଓ ୟଶସ୍ୱୀ ଜୈସୱାଲଙ୍କ ୨୧ ରନ ସହାୟତାରେ ୮ ୱିକେଟ ବିନିମୟରେ ୧୬୦ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୬୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିମୟରେ ୧୫୪ ରନ କରିବାକୁ ସକ୍ଷମ ହୋଇଥିଲା । ଶେଷ ଓଭରରେ ବିଜୟ ପାଇଁ ୧୦ ରନ ଆବଶ୍ୟକ ହେଉଥିବା ବେଳେ ଅର୍ଶଦୀପ ସିଂ ୩ ରନ ଦେଇଥିଲେ ।

ଅଷ୍ଟ୍ରେଲିଆ ତରଫରୁ ବେନ ମ୍ୟାକଡରମେଟ ୫୪ ଓ ମାଥ୍ୟୁ ୱାଡେ ୨୨ ରନ କରିବାକୁ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ଓ ରବି ବିଶ୍ନୋଇ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ବେଶ ଉତ୍ସାହଜନକ ରହିଥିଲା । ଏଥିସହ ଭାରତ ଦିନିକିଆ ବିଶ୍ୱକପ ଫାଇନାଲ ପରାଜୟ ଦୁଃଖକୁ କିଛି ମାତ୍ରାରେ ଲାଘବ କରିପାରିଛି ।

Comments are closed.