Latest Odisha News

BREAKING NEWS

ମାତ୍ର ୩.୬୯ ଲକ୍ଷ ଟଙ୍କା ଦାମରେ ଲଞ୍ଚ୍ ହେଲା ‘ମାରୁତି ସୁଜୁକି ଏସ୍ ପ୍ରେସୋ’ !

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ କାର୍ ନିର୍ମାଣ କମ୍ପାନୀ ମାରୁତି ସୁଜୁକି ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ନୂଆ କାର୍ ‘ମାରୁତି ସୁଜୁକି ଏସ୍ ପ୍ରେସୋ’ ବା ‘ମିନି ଏସୟୁଭି’ ଭାରତୀୟ ବଜାରରେ ସୋମବାର ଦିନ ଲଞ୍ଚ୍ କରିଛି ।

ଏହି ‘ଏସ୍ ପ୍ରେସୋ’ କାର୍ ମାରୁତି ଅଲଟୋ କେ-୧୦ କାରଠାରୁ ସ୍ୱଳ୍ପମାତ୍ରାରେ ଆକାରରେ ବଡ଼ । ଏହି ଅଲଟୋ କେ-୧୦ କାର ପରି ୧ ଲିଟର୍ ଇଞ୍ଜିନ୍ ବିଏସ୬ ଅବତାର୍ ଇଞ୍ଜିନରେ ସଂଲଗ୍ନ କରାଯାଇଛି । ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ଏସୟୁଭି ଗାଡ଼ିଟି ଭାରତୀୟ ବଜାର ବ୍ୟତୀତ କମ୍ପାନୀ ପକ୍ଷରୁ ଦକ୍ଷିଣ ଆମେରିକା, ଆଫ୍ରିକା ଏବଂ ଏସୀୟ ମାର୍କେଟରେ ବିକ୍ରି ହେବ ।

 

ମାରୁତି ସୁଜୁକି ଏସ-ପ୍ରେସୋ ଦାମ୍:

ଏସଟିଡ଼ି – ୩.୬୯ ଲକ୍ଷ ଟଙ୍କା

ଏଲଏକ୍ସଆଇ – ୪.୦୫ ଲକ୍ଷ ଟଙ୍କା

ଭିଏକ୍ସଆଇ – ୪.୨୪ ଲକ୍ଷ ଟଙ୍କା

ଭିଏକ୍ସଆଇ ଏଜିଏସ – ୪.୬୭ ଲକ୍ଷ ଟଙ୍କା

ଭିଏକ୍ସଆଇ + – ୪.୪୮ ଲକ୍ଷ ଟଙ୍କା

ଭିଏକ୍ସଆଇ + ଏଜିଏସ – ୪.୯୧ ଲକ୍ଷ ଟଙ୍କା

ଏହି ଏସ-ପ୍ରେସୋ କାରର ଲମ୍ବ ରହିଛି ୩୬୬୫ ଏମଏମ । ଏହି ନୂଆ କାରର ଚକା ୧୩ ଇଞ୍ଚ୍ ରହିଥିବା ବେଳେ ଲୋୱର୍ ଟ୍ରିମ ୧୪ ଇଞ୍ଚ୍ ରହିଛି । ଏହା ୯୯୮ ସିସି ଯୁକ୍ତ ଏବଂ ୩-ସିଲିଣ୍ଡରୀୟ ପେଟ୍ରୋଲ ଦ୍ୱାରା ୬୭ ବିଏଚପି ପାୱାର ସୃଷ୍ଟି କରିଥାଏ । ଏଥିସହିତ ୯୦ଏନଏମ ଟର୍କ ୩୫୦୦ ଆରଏମପିରେ କାର୍ଯ୍ୟକ୍ଷମ ହୋଇଥାଏ । ଏହାର ୱେଲରେ ଏଏମଟି ଅପସନ ରହିଛି ।

ସାଧାରଣତଃ ଏହା ଲିଟର ପିଛା ୨୧.୪ କିଲୋମିଟର ଫୁଏଲ କ୍ୟାପାସିଟି ରଖିଛି । ତେବେ ଅଟୋମେଟିକ୍ ଭେରିଆଣ୍ଟରେ ୨୧.୭ କିଲୋମିଟର ଫୁଏଲ କ୍ୟାପାସିଟି ରଖିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହି ନୂତନ କାରଟିର ଟର୍ଣ୍ଣିଂ ରେଡ଼ିୟସ ମାତ୍ର ୪.୫ ମିଟର ରହିଥିବା ଜଣାପଡ଼ିଛି ।

କାର ଭିତରପାଖ ଇଣ୍ଟେରିୟର ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ଅରେଞ୍ଜ କଲର୍ ଡ଼ାଏଲ ରହିଛି । ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଏହା ୭ଇଞ୍ଚରହିଥିବା ବେଳେ ଏଥିରେ ରହିଛି ସ୍ମାର୍ଟ ପ୍ଲେ ଟଚ୍ ସ୍କ୍ରିନ୍ ଏବଂ ଅତ୍ୟାଧୁନିକ ଇନଫୋଟେନମେଣ୍ଟ ସିଷ୍ଟମ ।

କାର୍ ସେଫଟିକୁ ଦୃଷ୍ଟିରେ ରଖି ଏଥିରେ ରହିଛି ଡୁଆଲ୍ ଏୟାର ବ୍ୟାଗ, ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ ଏବଂ ଇଲେକ୍ଟ୍ରୋନିକ୍ସ ବ୍ରେକଫୋର୍ସ ଡ଼ିଷ୍ଟ୍ରିବ୍ୟୁସନ ।

Leave A Reply

Your email address will not be published.