ଇସଲାମବାଦ: ସ୍ୱାଧୀନତା ସମୟରେ ଅର୍ଥାତ ୧୯୪୭ରେ ଭାରତ-ପାକିସ୍ତାନ ବିଭାଜିତ ହୋଇଥିଲା । ଧର୍ମ ନାଁରେ ଏକ ଅଲଗା ଦେଶ ଗଠନ ପାଇଁ ମହମ୍ମଦ ଅଲ୍ଲି ଜିନା ଦାବି କରିଥିଲେ ଯାହାର ଫଳ ହେଉଛି ପାକିସ୍ତାନ । ସେ ବିଭାଜନର ଦୟନୀୟ କାହାଣୀ ସମସ୍ତେ ଜାଣନ୍ତି ।
ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ହେଲେ ଏବେ ଏଠାରେ ଏହି ପ୍ରସଙ୍ଗ ଉଠିଛି କାହିଁକି ? କାରଣ ହେଉଛି, ଏହି ବିଭାଜନ ପ୍ରସଙ୍ଗକୁ ନେଇ ପାକିସ୍ତାନ ନ୍ୟୁଜ ଚାନେଲର ଜଣେ ମହିଳା ଆଙ୍କର କିରଣ ନାଜ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଭାରତ ବିରୋଧରେ ଅଭିଯୋଗ ଆଣି ସେ କହିଛନ୍ତି, ଭାରତରେ ରହୁଥିବା ହିନ୍ଦୁମାନେ ଗୁଣ୍ଡା ଶ୍ରେଣୀର । ସେଥିପାଇଁ ଅନ୍ୟଧର୍ମର ଲୋକେ ସେଠାରେ ଭୟଭୀତ ହୋଇ ରହୁଛନ୍ତି । ସେଥିପାଇଁ ସେଠାରେ ଥିବା ମୁସଲମାନମାନଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଜିନ୍ନାଙ୍କର ଆବଶ୍ୟକତା ରହିଛି ।
ନିଉଜ ଆଙ୍କର କିରଣ ନାଜ କହିଛନ୍ତି, ପୁଣି ଥରେ ୧୯୪୭ ମସିହାର ପୁନରାବୃତ୍ତି ଘଟିବା ଦରକାର । ଏବେ ସମୟ ଆସି ଯାଇଛି, ହିନ୍ଦୁମାନେ ନିଜ ଇଲାକାକୁ ନେଇ ଅଲଗା ହୋଇ ଯାଆନ୍ତୁ । ଫଳରେ ଅନ୍ୟ ଧର୍ମର ଲୋକେ ସିଏ ମୁସଲମାନ ହୁଅନ୍ତୁ ବା ଇସାଇ, ସେମାନେ ଶାନ୍ତିରେ ରହିପାରିବେ । ସେଥିପାଇଁ ଭାରତକୁ ଆଉ ଏକ ଜିନ୍ନା ଦରକାର ।
ଆଙ୍କରଙ୍କର ଏପରି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
“…Hindus are trouble makers…they deserve partition like horror…”
-Kiran Naz, Pakistani News Anchorpic.twitter.com/dz6rX722yT
— Pakistan Untold (@pakistan_untold) December 3, 2023
Comments are closed.