Latest Odisha News

BREAKING NEWS

ତୁଷୁରା ଏୟାରଷ୍ଟ୍ରିପ୍ ନବୀକରଣ: ୬୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲାର ତୁଷୁରା ଏୟାରଷ୍ଟ୍ରିପ୍ ନବୀକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ସହ ଏୟାରଷ୍ଟ୍ରୀପର ନବୀକରଣ ପାଇଁ ୬୫ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଅଗଷ୍ଟ ୫ ଏବଂ ୬ ରେ ବଲାଙ୍ଗୀର ଗସ୍ତ କରି ଏହି ଅଞ୍ଚଳର ଲୋକଙ୍କଠାରୁ ଅନେକ ପ୍ରସ୍ତାବ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ତୁଷୁରା ଏୟାରଷ୍ଟ୍ରୀପରର ଉନ୍ନିତିକରଣ ପ୍ରସ୍ତାବ ଉପରେ ଜିଲ୍ଲାପାଳଙ୍କୁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିଆରପି) ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲାପାଳ ରିପୋର୍ଟ ପ୍ରଦାନ କଲାପରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ତୁଷୁରା ଏୟାରଷ୍ଟ୍ରିପ୍ ବାଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଏକ ସର୍ବସାଧାରଣ ଏୟାରଷ୍ଟ୍ରିପ୍ । ଏହି ଏୟାରଷ୍ଟ୍ରିପ୍‌ର ନିକଟତମ ବିମାନବନ୍ଦର ହେଉଛି କାଲାହାଣ୍ଡି ଜିଲ୍ଲା ଭବାନୀପାଟଣାର ଉତ୍କେଲା । ସୂଚନା ମୁତାବକ, ଏହି ସୁବିଧାକୁ ନବୀକରଣ କରିବା ଏବଂ ରାଜ୍ୟରେ GATI ଦ୍ୱାରା ଫ୍ଲାଇଟ୍ ସ୍କୁଲ ପାଇଁ ଏହାକୁ ଦ୍ୱିତୀୟ ଆଧାର ଭାବରେ ବ୍ୟବହାର କରିବାର ଯୋଜନା ରହିଛି ।

Comments are closed.